20.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଆର୍ଯ୍ୟ ସମାଜରେ ବିବାହ ପ୍ରସଙ୍ଗ: ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ, ରହିତାଦେଶ ଜାରିକଲେ ସୁପ୍ରିମକୋର୍ଟ

ଆର୍ଯ୍ୟ ସମାଜରେ ବିବାହ ପ୍ରସଙ୍ଗ: ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ, ରହିତାଦେଶ ଜାରିକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆର୍ଯ୍ୟ ସମାଜଗୁଡିକରେ ସମ୍ପାଦିତ ହେଉଥିବା ବିବାହ କାର୍ଯ୍ୟ ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହା ଉପରେ ସୁପ୍ରିମକୋର୍ଟ ବୁଧବାର ରହିତାଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ ଆର୍ଯ୍ୟ ସମାଜରେ ସମ୍ପାଦିତ ହେଉଥିବା ବିବାହ ଏବଂ ଇସ୍ୟୁ କରାଯାଉଥିବା ମ୍ୟାରେଜ ସାର୍ଟିଫିକେଟକୁ ମଧ୍ୟପ୍ରଦେଶ ହାଇକୋର୍ଟ ୨୦୨୧ ଡିସେମ୍ବର ୧୭ରେ ବେଆଇନ ଦର୍ଶାଇଥିଲେ । ଅପରପକ୍ଷରେ ‘ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪’ ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପାଦନ କରି ବରକନ୍ୟାଙ୍କୁ ‘ମ୍ୟାରେଜ ସାର୍ଟିଫିକେଟ’ ଇସ୍ୟୁ କରିବାକୁ ହାଇକୋର୍ଟ ଆର୍ଯ୍ୟ ସମାଜ କର୍ତ୍ତୃପକ୍ଷଙ୍କୁ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତିବାଦରେ ‘ମଧ୍ୟ ଭାରତ ଆର୍ଯ୍ୟ ପ୍ରତିନିଧି ସଭା’ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା । ଜଷ୍ଟିସ କେ.ଏମ.ଜୋଶେଫ୍ ଓ ଜଷ୍ଟିସ ହୃଷିକେଶ ରୟଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ହାଇକୋର୍ଟ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ଆର୍ଯ୍ୟ ମ୍ୟାରେଜ୍ ଭାଲିଡେସନ ଆକ୍ଟ, ୧୯୩୭ ଓ ହିନ୍ଦୁ ମ୍ୟାରେଜ ଆକ୍ଟ ୧୯୫୪ ଅନୁଯାୟୀ ଆର୍ଯ୍ୟ ସମାଜରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇ ବରକନ୍ୟାଙ୍କୁ ମ୍ୟାରେଜ ସାର୍ଟିଫିକେଟ ଇସ୍ୟୁ କରାଯାଇଥାଏ ବୋଲି ପିଟିସନଧାରୀଙ୍କ ଓକିଲ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ବର୍ତ୍ତମାନ ହାଇକୋର୍ଟ ଯେଉଁ ନିୟମ ଲାଗୁ କରିଛନ୍ତି, ତାହାକୁ କାର୍ଯ୍ୟକାରୀ କରାଗଲେ ଦେଶ ବିଦେଶରେ ଥିବା ଆର୍ଯ୍ୟ ସମାଜରେ ବିବାହ କାର୍ଯ୍ୟଗୁଡିକ ପାଇଁ ଖରାପ ପରମ୍ପରା ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking