ଭୁବନେଶ୍ୱର: ଚଳିତ ବର୍ଷ ଆସନ୍ତା ଜୁଲାଇ ୧୭ରେ ନ୍ୟାସ୍ନାଲ୍ ଏଲିଜିବିଲିଟ-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ( ନିଟ୍) ୟୁଜି ପରୀକ୍ଷା ହୋଇପାରେ । ଏହା ପୂର୍ବରୁ ଅନ୍ଲାଇନ୍ରେ ପଞ୍ଜୀକରଣ ଆସନ୍ତା ୨ ତାରିଖରୁ ଆରମ୍ଭ ହୋଇ ମେ ୭ ପର୍ଯ୍ୟନ୍ତ ଚାଲିପାରେ । ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀ ପଞ୍ଜୀକରଣ କରିବା ପରେ ସଂଶୋଧନ ଲାଗି ପାଞ୍ଚଦିନ ସମୟ ଦିଆଯିବ ।
ଏନେଇ ନ୍ୟାସ୍ନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)ର ସୂତ୍ରରୁ ଜଣାପଡ଼ିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ୨୦୨୧ ଶିକ୍ଷାବର୍ଷରେ ସମୁଦାୟ ୧୬ ଲକ୍ଷ ୧୪ ହଜାର ୭୭୭ ପଞ୍ଜୀକରଣ କରିଥିବାବେଳେ ୯୫.୬ ପ୍ରତିଶତ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୮ ଲକ୍ଷ ୭୦ ହଜାର ୭୪ ଜଣ ସଫଳ ହୋଇଥିଲେ ।