19.1 C
Bhubaneswar
Monday, November 18, 2024
Homeଓଡିଶା୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଆଜି ରାଜ୍ୟରେ ୭ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା । ସେଥିରୁ ସମ୍ବଲପୁର ତାପମାତ୍ରା ସର୍ବାଧିକ ୪୦. ୮ ଡିଗ୍ରୀ ଥିଲା । ସେହିପରି ବୌଦ୍ଧର ତାପମାତ୍ରା ୪୦. ୫ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡା, ହୀରାକୁଦ, ବଲାଙ୍ଗିରର ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦା ଏବଂ ତାଳଚେରର ତାପମାତ୍ରା ୪୦ଡିଗ୍ରୀ ଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ କହିଛନ୍ତି ଯେ ଆସନ୍ତା କିଛି ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ରାଜ୍ୟର ୪ଟି ଜିଲ୍ଲା ମଧ୍ୟରୁ ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ବର୍ଷା ହେବାର ସମ୍ଭାରବନା ରହିଛି । ଏହି ସମସ୍ତ ସହରରେ ତାପମାତ୍ରା ହ୍ରାସ ଘଟିପାରେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅର୍ଥାତ ଏହି ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ଆଜି ଟିଟିଲାଗଡର ତାପମାତ୍ରା ୩୯.୮ ଡିଗ୍ରୀ, ଅନୁଗୁଳ ୩୯.୧ ଡିଗ୍ରୀ, ଭବାନୀପାଟଣା ୩୯.୫ ଡିଗ୍ରୀ, ସୁବର୍ଣ୍ଣପୁର ୩୯.୮ ଡିଗ୍ରୀ, ମାଲକାନଗିରି ୩୮.୫ ଡିଗ୍ରୀ, ଫୁଲବାଣୀ ୩୮.୪ ଡିଗ୍ରୀ, ନୟାଗଡ ୩୮ ଡିଗ୍ରୀ, ଭୁବନେଶ୍ୱର ୩୮.୪ ଡିଗ୍ରୀ ଓ କଟକ ୩୭.୪ଡିଗ୍ରୀ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking