19.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ସହାୟତାର ହାତ ବଢାଇଲା ବ୍ରିଟେନ

ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ସହାୟତାର ହାତ ବଢାଇଲା ବ୍ରିଟେନ

ବ୍ରିଟେନ୍ : ଏକ ମାସ ହେବା ଲାଗିରହିଛି ଋଷ ଓ ୟୁକ୍ରେନ ଯୁଦ୍ଧ । ପୁଟିନ ହଟୁନାହାନ୍ତି କି ଜେଲେନସ୍କି ମଧ୍ୟ ଟଳୁ ନାହାନ୍ତି । ୟୁକ୍ରେନ ନିଜର ଅନେକ ସହର ହରାଇଥିବା ବେଳେ ୟୁକ୍ରେନକୁ ବର୍ତ୍ତମାନ ସହାୟତାର ହାତ ବଢ଼ାଇଛି ବ୍ରିଟେନ । ପ୍ରାୟ ୬ ହଜାର କ୍ଷେପଣାସ୍ତ୍ର ଏବଂ ଆର୍ôଥକ ସହାୟତା ପଠାଇବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଯାହା ଟଙ୍କା ଦେବେ ତାହା ୟୁକ୍ରେନ ସୈନିକ, ପାଇଲଟ ଏବଂ ପୋଲିସଙ୍କୁ ଦରମା ପ୍ରଦାନ କରିବାରେ ସହାୟକ ହେବ । କାରଣ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯାହପାଇଁ ଋଷ ଆକ୍ରମଣ ହେତୁ ୟୁକ୍ରେନର ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି । ଏହି ସମୟରେ ବ୍ରିଟେନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଆର୍ôଥକ ସହାୟତା ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ, ବ୍ରିଟେନର ୬ ହଜାର କ୍ଷେପଣାସ୍ତ୍ର ୟୁକ୍ରେନକୁ ସାହାଯ୍ୟ କରିବ । ଏହା ସହିତ ୩୩ ମିଲିୟନ ଡଲାର ଆର୍ôଥକ ସହାୟତା ପ୍ରଦାନ କରିବ ବ୍ରିଟେନ । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ବୋରିସ୍ ଜନସନ ପାଶ୍ଚାତ୍ୟ ଦେଶମାନଙ୍କୁ ୟୁକ୍ରେନକୁ ସାମରିକ ସହାୟତା ପ୍ରଦାନ କରିବାକୁ ଏବଂ ଋଷ ଉପରେ ଆର୍ôଥକ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନରେ ସ୍ୱାଧୀନତାର ପତାକାକୁ ବିଜୟ ରଖିବା ପାଇଁ ଆମେ ମଧ୍ୟ ସାହାଯ୍ୟ କରିବୁ । ଏପରି ସମୟରେ ୟୁକ୍ରେନକୁ ସହାୟତାର ହାତ ବଢ଼ାଇ ଥିବାରୁ ଜେଲେନସ୍କି ବୋରିସଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking