19.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍‌ରେ ଖାଦ୍ୟ ସଙ୍କଟ, ମାରି ଖାଉଛନ୍ତି କୁକୁର

ୟୁକ୍ରେନ୍‌ରେ ଖାଦ୍ୟ ସଙ୍କଟ, ମାରି ଖାଉଛନ୍ତି କୁକୁର

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ୟୁକ୍ରେନ୍ ଉପରେ ଘନ ଘନ ମିସାଇଲ୍ ସାଙ୍ଗକୁ ରକେଟ୍ ମାଡ କରି ଧ୍ୱଂସ ବିଧ୍ୱଂସ କରି ଦେଲାଣି ଋଷ । ଋଷର ଏପରି ଆକ୍ରମଣ ଫଳରେ ୟୁକ୍ରେନରେ ହାହାକାର ସ୍ଥିତି ଉପୁଜିଛି । ୟୁକ୍ରେନ୍‌ର ଅଧିକାଂଶ ଲୋକେ ଦେଶ ଛାଡି ପଳାଇଯାଇଥିବା ବେଳେ ଆଉ କିଛି ବଙ୍କର ଓ ବୋମା ସେଲ୍ଟର ଭିତରେ ଜୀବନ ରକ୍ଷା କରିବାକୁ ମୁଣ୍ଡ ଗୁଞ୍ଜିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନ୍‌ରେ ଖାଦ୍ୟ ଓ ଜଳର ଘୋର ଅଭାବ ଦେଖାଦେଇଛି । ଲୋକେ ଖାଇବାକୁ ମୁଠାଏ ଖାଦ୍ୟ ଏବଂ ପିଇବାକୁ ଟୋପେ ପାଣି ପାଉ ନାହାନ୍ତି । ସ୍ଥିତି ଦିନକୁ ଦିନ ଏଠି ଜଟିଳ ହେବାରେ ଲାଗିଛି ।

ଭୋକରେ ମରିବା ଛଡା ୟୁକ୍ରେନବାସୀଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ । ପେଟ ପୋଷିବା ପାଇଁ ଏଠାରେ ଲୋକେ ଏବେ ବୁଲା କୁକୁରଙ୍କୁ ମାରି ତା’ ମାଂସ ଖାଉଛନ୍ତି । ସୂଚନା ଅନୁଯାୟୀ, ରୁଷ ଆକ୍ରମଣରେ ୟୁକ୍ରେନର ନ୍ୟୁକ୍ଲିଅର ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣ ଯୋଗୁଁ ଏଠାକାର ପାଣି ଓ ପବନ ବିଷାକ୍ତ ହୋଇଯାଇଛି । ଏଭଳି ସ୍ଥିତି ଏଠାକାର ଲୋକେ ଏବେ ପିଇବା ପାଣି ଖୋଜି ବୁଲୁଛନ୍ତି । ଆଉ କିଛି ଲୋକେ ସ୍ୱଚ୍ଛ ପାଣି ନମିଳିବାରୁ ସେହି ବିଷାକ୍ତ ପାଣି ପିଇ ଦିନ କାଟୁଛନ୍ତି । ୟୁକ୍ରେନବାସୀଙ୍କ କହିବା ମୁତାବକ, ଏଠାକାର ଲୋକେ ଖାଇବା ଖୋଜିବା ସହ ମୁଣ୍ଡ ଗୁଞ୍ଜିବାକୁ ଛାତ ମଧ୍ୟ ଖୋଜୁଛନ୍ତି । ଖାଦ୍ୟ ଓ ପାଣି ଅଭାବରୁ ଛୋଟଛୋଟ ପିଲା ଅକାଳରେ ମୃତ୍ୟୁବରଣ କରୁଛନ୍ତି । ୨ ଲକ୍ଷରୁ ଅଧିକ ଲୋକ ଖାଦ୍ୟ ଓ ପାନୀୟ ପାଇଁ ବର୍ତ୍ତମାନ ଛଟପଟ ହୋଇ ମରଣ ସହ ଲଢେଇ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking