20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶହାରିବା ପରେ ବି ହେଲେ ମୁଖ୍ୟମନ୍ତ୍ରୀ : ପୁଣି ମିଳିଲା ଉତ୍ତରାଖଣ୍ଡର ଦାୟିତ୍ୱ

ହାରିବା ପରେ ବି ହେଲେ ମୁଖ୍ୟମନ୍ତ୍ରୀ : ପୁଣି ମିଳିଲା ଉତ୍ତରାଖଣ୍ଡର ଦାୟିତ୍ୱ

ଡେରାଡୁନ: ହାରିବା ପରେ ବି ହେଲେ ମୁଖ୍ୟମନ୍ତ୍ରୀ । ପୁଣି ମିଳିଲା ଉତ୍ତରାଖଣ୍ଡର ଦାୟିତ୍ୱ । ପୁଷ୍କର ସିଂ ଧାମୀ ଦ୍ୱିତୀୟ ଥର ପାଇଁ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଜି ଡେରାଡୁନର ପରେଡ ଗ୍ରାଉଣ୍ଡରେ ଏକ ବିଶାଳ ସମାରୋହରେ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଗୁରୁମିତ ସିଂ ତାଙ୍କୁ ପଦ ଓ ଗୋପନିୟତାର ଶପଥ ଗ୍ରହଣ କରାଇଛନ୍ତି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିବା ଜଣାପଡ଼ିଛି ।

ୟୁପିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବା ଜଣାପଡ଼ିଛି । ଧାମୀଙ୍କ ସହ ୮ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ପାଞ୍ଚଜଣ-ସତପାଲ ମହାରାଜ, ସୁବୋଧ ଉନିୟାଲ, ଧନ ସିଂ ରାୱତ, ରେଖା ଆର୍ଯ୍ୟ ଏବଂ ଗଣେଷ ଯୋଶୀ କ୍ରମାଗତ ଦ୍ୱିତୀୟ ଥର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଚନ୍ଦନ ରାମ ଦାସ, ସୌରଭ ବହୁଗୁଣା ଏବଂ ପ୍ରେମ ଚନ୍ଦ୍ର ଅଗ୍ରୱାଲଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ କରାଯାଇଛି ।

ଶପଥ ଗ୍ରହଣ ସମାରୋହ ପୂର୍ବରୁ ପୁଷ୍କର ଧାମୀ ଆଜି ଡେରାଡୁନର ଟପକେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିଥିଲେ ବି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ଆସନରୁ ନିର୍ବାଚନ ହାରିଥିଲେ । ଏହା ପରେ ଦଳ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବ ନାହିଁ ବୋଲି ଆଶା କରାଯାଉଥିଲା । ହେଲେ ସୋମବାର ହୋଇଥିବା ବିଧାୟକ ଦଳ ବୈଠକରେ ହାରିଥିବା ପୁଷ୍କର ଧାମୀଙ୍କୁ ହିଁ ନେତା ବଛାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking