23.1 C
Bhubaneswar
Friday, November 22, 2024
Homeଓଡିଶାସ୍ୱାମୀଙ୍କ ଦଶାହରେ ସ୍ତ୍ରୀଙ୍କ ମୃତ୍ୟୁ: ନିର୍ବାଚନ ହାରିବା ପରେ ଆତ୍ମହତ୍ୟା କରିଥିଲେ ସ୍ୱାମୀ

ସ୍ୱାମୀଙ୍କ ଦଶାହରେ ସ୍ତ୍ରୀଙ୍କ ମୃତ୍ୟୁ: ନିର୍ବାଚନ ହାରିବା ପରେ ଆତ୍ମହତ୍ୟା କରିଥିଲେ ସ୍ୱାମୀ

ଭଦ୍ରକ: ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇ ଲଢ଼ୁଥିବା ବେଳେ ନିର୍ବାଚନରେ ପରାୟଜ ବରଣ କରିଥିଲେ । ଏହାକୁ ଭିତ୍ତି କରି ତାଙ୍କ ବିପକ୍ଷ ଗୋଷ୍ଠୀ ତଥା ବିଜୟୀ ପ୍ରାର୍ଥୀଙ୍କ ସମର୍ଥକମାନେ ତାଙ୍କୁ ନାନା ପ୍ରକାର କମେଣ୍ଟ୍ ମାରିବା ସହ ଟାହିଟାପରା କରିଥିଲେ । ଏଥିରେ ସେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିଲେ । ତେବେ ସେ ଆତ୍ମହତ୍ୟା କରିବାର ୧୦ ଦିନ ପରେ ଏବେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ପଦ୍ମପୁର ଗାଁରେ । ପରାଜୟ ପ୍ରାର୍ଥୀ ତଥା ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ଗାଁର ରମାକାନ୍ତ ହୋଇଥିବା ବେଳେ ତାଙ୍କ ଦଶାହ ବେଳେ ପ୍ରାଣ ହରାଇଥିବା ପତ୍ନୀଙ୍କ ନାମ ସୁମତି ବୋଲି ଜଣାପଡ଼ିଛି ।
ତେବେ ପଞ୍ଚାୟତ ନିର୍ବାଚନରେ ପରାଜୟ ବରଣ ପରେ ଗାଁର ବିପକ୍ଷ ଗୋଷ୍ଠୀ ତଥା ବିଜୟୀ ପ୍ରାର୍ଥୀଙ୍କ ସମର୍ଥକମାନେ ରମାକାନ୍ତଙ୍କ ଘରବାଟ ଦେଇ ଯିବା ବେଳେ ତାଙ୍କୁ ନାନା ପ୍ରକାର ଟାହି ଟାପରା କରୁଥିଲେ । ଲଗାତାର ଏଭଳି କମେଣ୍ଟ୍ ଲାଗି ରହିବା କାରଣରୁ ଅତିଷ୍ଠ ହୋଇ ରମାକାନ୍ତ ଗତ ୧୩ରେ ବେକରେ ରଶି ଲଗାଇ ଦେଇଥିଲେ । ସ୍ୱାମୀଙ୍କ ମୃତ୍ୟୁରେ ମର୍ମାହତ ହୋଇ ସେହିଦିନ ତାଙ୍କ ପତ୍ନୀ ସୁମତି ମଧ୍ୟ ବିଷ ପିଇ ଦେଇଥିଲେ । ରମାକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁମତିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତ କରାଯାଇଥିଲା ଏବଂ ସେଠାରେ ସେ ଚିକିତ୍ସାଧୀନ ଥିଲେ । ସେପଟେ ଆଜି ରମାକାନ୍ତଙ୍କ ଦଶାହ କାର‌୍ୟ୍ୟ ଚାଲିଥିବା ବେଳେ ତାଙ୍କ ପତ୍ନୀ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲ୍‌ରେ ହିଁ ପ୍ରାଣ ହରାଇଛନ୍ତି ।
ଘଟଣାକୁ ନେଇ ପୂର୍ବରୁ ରମାକାନ୍ତଙ୍କ ବାପା ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ । ହେଲେ ଏନେଇ ଅଭିଯୁକ୍ତଙ୍କ ବିରୋଧରେ କ’ଣ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking