20.1 C
Bhubaneswar
Monday, November 18, 2024
Homeଓଡିଶାମନୋଜ ରଥ ରଚିତ " ଅବାଞ୍ଛିତ କୁରୁକ୍ଷେତ୍ର" ଏକାଡେମୀ ପୁସ୍ତକ " ନାଟକ ସମଗ୍ର "...

ମନୋଜ ରଥ ରଚିତ ” ଅବାଞ୍ଛିତ କୁରୁକ୍ଷେତ୍ର” ଏକାଡେମୀ ପୁସ୍ତକ ” ନାଟକ ସମଗ୍ର ” ରେ ସ୍ଥାନିତ

କଳାହାଣ୍ଡି ମାଟି ର ନାଟ୍ୟକାର ମନୋଜ ରଥ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ,” ଅବାଞ୍ଛିତ କୁରୁକ୍ଷେତ୍ର” ବର୍ତ୍ତମାନ ଓଡ଼ିଶା ସଙ୍ଗୀତ ନାଟକ ଆକାଦେମି ଦ୍ୱାରା ପ୍ରକାଶିତ ” ନାଟକ ସମଗ୍ର ” ପୁସ୍ତକ ରେ ସ୍ଥାନ ପାଇଛି l ଏହି ପୁସ୍ତକ ରେ ସ୍ଥାନିତ ହେଇ ଗୌରବ ଅର୍ଜନ କରିଥିବା ଅନ୍ୟ ଚାରି ଜଣ ନାଟ୍ୟକାର ହେଲେ ସମ୍ବଲପୁର ର ଆଶିଷ ସୋନାର, ନୟାଗଡ ର ଶରତ ଆଚାର୍ଯ୍ୟ, ବେଲପାହାଡ ର ସୁବାଷ ପ୍ରଧାନ ଓ ଢେ଼ଙ୍କାନାଳ ର ଦିନେଶ ଦାସ l ସମସ୍ତଙ୍କୁ ନିକଟରେ ସମାପ୍ତ ହେଇଥିବା ପୂର୍ବରଙ୍ଗ ନାଟକ ପର୍ବ ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ କରା ଯାଇଥିଲା l

ଏ ନାଟକ ଟି କଳାହାଣ୍ଡି କଳାକାର ସଂଘ, ଭବାନୀ ପାଟଣା ର ବ୍ୟାନର ରେ EZCC, କଲିକତା, ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଏବଂ ବ୍ରହ୍ମପୁର ସହର ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଏବଂ ଓଡ଼ିଶା ସରକାର ଙ୍କ ସଂସ୍କୃତି ବିଭାଗ ତରଫ ରୁ ବେଶ୍ ସଫଳତା ର ସହିତ ମଞ୍ଚସ୍ଥ ହେଇଥିଲା l ପୁନଶ୍ଚ, ସ୍ବସ୍ତି ଝଙ୍କାର , ରାଉରକେଲା ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତା ରେ ପ୍ରବୋଧ ରଥ ଙ୍କ ନିର୍ଦ୍ଦେଶନା ରେ ପାଞ୍ଚ ଟି ପୁରସ୍କାର ଲାଭ କରିଥିଲା l
ମୌଳିକ ଓଡିଆ ନାଟକ ର ପ୍ରୋଛାହନ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ଏଇ ପଦକ୍ଷେପ କୁ ବିଭିନ୍ନ ମହଲ ରେ ସ୍ବାଗତ କରା ଯାଉଚି l

ନାଟକ ର ଅଭୂତପୂର୍ବ ସଫଳତା ପାଇଁ ଯଉ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ମଗ୍ନତା ସାମିଲ ଥିଲା : ପ୍ରବୋଧ ରଥ , ସୁଧୀର ରଥ , ଶୁଭେନ୍ଦୁ ମହାପାତ୍ର, ଦେଵୀ ପ୍ରସାଦ ରଥ, ଦିବଂଗତ ସିତାଂଶୁ ମହାପାତ୍ର , ଦିବଂଗତ ଭାନୁ ପ୍ରକାଶ ରଥ, ତ୍ରିବିକ୍ରମ ଷଡ଼ଙ୍ଗୀ, ସପନ ରଥ, ଅର୍ପିତା ନନ୍ଦ ଓ ସଙ୍ଗୀତଜ୍ଞ ଶଶାଙ୍କ ଶେଖର ମହାପାତ୍ର l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking