28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶୟୁରୋପୀୟ ବିମାନସେବା କମ୍ପାନୀଙ୍କୁ ଝଟ୍‌କା 

ୟୁରୋପୀୟ ବିମାନସେବା କମ୍ପାନୀଙ୍କୁ ଝଟ୍‌କା 

ମସ୍କୋ : ୟୁକ୍ରେନ୍ ବିରୋଧରେ ଯୁଦ୍ଧ ରୁଷ୍ ଅର୍ଥନୀତିକୁ ମହଙ୍ଗା ପଡ଼ିବାରେ ଲାଗିଛି । ୟୁରୋପୀୟ ୟୁନିୟନ୍ ଓ ଆମେରିକା ଦ୍ୱରା ରୁଷ୍ ବିରୋଧରେ କଡ଼ା ଆର୍ଥିକ କଟକଣା ଲାଗୁ କରାଯାଇଛି । ଭୁଶୁଡିବାରେ ଲାଗିଛି ରୁଷ୍ ଅର୍ଥନୀତି । ଡଲାର୍ ତୁଳନାରେ ରୁଷ୍ ମୁଦ୍ରା ୫୦%ରୁ ଅଧିକ ହ୍ରାସ ପାଇଛି । କୋକାକୋଲା, ମାକ୍‌ଡୋନାଲ୍‌ଡ ତଥା ବୋଇଂ ଆଦି ଶତାଧିକ ବିଶ୍ୱସ୍ତରୀୟ କମ୍ପାନୀ ନିଜ ବ୍ୟବସାୟିକ ଗତିବିଧି ବନ୍ଦ କରିବା ସହିତ ଉତ୍ପାଦ ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରିଛନ୍ତି । ଏହି କଟକଣାରେ ଅନ୍ତର୍ଭୁକ୍ତ ରହିଛି ରୁଷ୍ ଏୟାର୍‌ଲାଇନ୍ସ । ସମ୍ପ୍ରତି ରୁଷ୍ ଏୟାର୍‌ଲାଇନ୍ସ କେବଳ ଘରୋଇ ଉଡ଼ାଣ ଉପରେ ନିର୍ଭରଶୀଳ । କିନ୍ତୁ ୟୁରୋପୀୟ ୟୁନିୟନ୍ ପାଇଁ ଏକ ପ୍ରମୁଖ ସମସ୍ୟା ଦେଖାଯାଇଛି । ରୁଷୀୟ ଏୟାର୍‌ଲାଇନ୍‌ସର ଅଧିକାଂଶ ବିମାନ ୟୁରୋପୀୟ ଦେଶ ତଥା ଆମେରିକାରୁ ଲିଜ୍ ସୂତ୍ରରେ ଆସିଥାଏ । ରୁଷ୍ ବିଦେଶୀ ପଞ୍ଜୀକୃତ ବିମାନଗୁଡ଼ିକୁ ଛାଡ଼ିବାକୁ ଇଛା କରୁନାହିଁ । ରାଷ୍ଟ୍ରପତି ପୁଟିନ୍ ବିଦେଶୀ ପଞ୍ଜୀକୃତ ସମ୍ପତ୍ତିଗୁଡ଼ିକର ରାଷ୍ଟ୍ରୀୟକରଣ କରିବା ନେଇ ଚର୍ଚ୍ଚା ଜାରିରହିଛି । ଏପରିସ୍ଥିତିରେ ୟୁରୋପୀୟ ୟୁନିୟନ୍ ଦ୍ୱାରା ରୁଷ୍‌କୁ ଲିଜ୍ ସୂତ୍ରରେ ଦିଆଯାଇଥିବା ବିମାନଗୁଡ଼ିକ ଆଉ ଫେରିପାଇବାର ସମ୍ଭାବନା ନାହିଁ । ସୂଚନାଯୋଗ୍ୟ ଯେ ଶୀତଯୁଦ୍ଧ ପରେ ପରେ ଆଭିଏସନ୍ ଶିଳ୍ପ ସମ୍ପୂର୍ଣ୍ଣ ରୁପେ ଗ୍ଲୋବାଲାଇଜ୍‌ଡ ହେବା ସହିତ ବୈଶ୍ୱିକସ୍ତରରେ ପରସ୍ପର ସମ୍ପୃକ୍ତ ରହିଛି । ଇୟୁ ବିମାନଶିଳ୍ପ ବିଶେଷ କରି ରୁଷ୍ ଓ ଚୀନ୍ ଉପରେ ନିର୍ଭରଶୀଳ । ରୁଷ୍ ଏୟାର୍‌ଲାଇନ୍ସ ନିକଟରେ ଭଡ଼ା ସୂତ୍ରରେ ପାଖାପାଖି ବ୍ୟବହୃତର ୮୦% ବିମାନ ରହିଛି । ସୂତ୍ର ଅନୁସାରେ ପାଖାପାଖି ୮୬୧ ଯାତ୍ରୀବାହୀ ବିମାନ ତଥା କାର୍ଗୋ ବିମାନ ରୁଷ୍ ଏୟାର୍‌ଲାଇନ୍ସରେ ସେବା ପ୍ରଦାନ କରୁଛନ୍ତି । ବୋଇଂର ୩୩୨ ବିମାନ, ଏୟାର୍‌ବସ୍‌ର ୩୦୪, ଏୟାର୍‌କ୍ୟାପ୍‌ର ୧୪୨ ବିମାନ ତଥା ଅନ୍ୟାନ୍ୟ ଇୟୁ ନିର୍ମିତ ବିମାନ ରହିଛି । ବିମାନଶିଳ୍ପ ଅନୁସାରେ ଏହି ସମସ୍ତ ବିମାନର ଆନୁମାନିକ ଦର ପାଖାପାଖି ୧୨ ବିଲିୟନ୍ ଡଲାର୍ ଅର୍ଥାତ୍ ୯୨ ହଜାର କୋଟି ଟଙ୍କାରୁ ଅଧିକ ହୋଇପାରେ । ଇୟୁ ଲିଜ୍ ଚୁକ୍ତି ରଦ୍ଦ କରିବା ନେଇ ୨୮, ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦେଇଛି । ଏହି ଅବଧି ଭିତରେ ସମସ୍ତ ବିମାନଗୁଡ଼ିକୁ ରୁଷ୍‌ରୁ ଫେରାଇ ଆଣିବା ଏକପ୍ରକାର ଅସମ୍ଭବ ବୋଲି ଜଣାପଡ଼ିଛି । ପ୍ଲେନ୍ ସହିିତ ସେଗୁଡ଼ିକର ମରାମତି ତଥ୍ୟ ନମିଳିବା ପରିପ୍ରେକ୍ଷୀରେ ସମସ୍ୟା ଉପୁଜିପାରେ । ଅଧିକ ଦିନ ମରାମତି ବିନା ପ୍ଲେନ୍‌୍‌ଗୁଡ଼ିକର ଇଞ୍ଜିନ୍‌, ବଡି ତଥା ଫ୍ଲାଇଂ ସିଷ୍ଟମ୍ ଅଚଳ ହେବାର ସମ୍ଭାବନା ରହିଛି । ଏପରିସ୍ଥିତିରେ ଏହି ସମସ୍ତ ବିମାନଗୁଡ଼ିକର ଭାଲ୍ୟୁ କମ୍ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking