ଉତ୍ତରପ୍ରଦେଶ : ସବୁଠି ଏବେ ସୋସିଆଲ ମିଡ଼ିଆ ଚର୍ଚା । ୟୁପି ମହାରାଜଗଞ୍ଜରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ନିଖୋଜ । ଛାତ୍ରୀଙ୍କୁ ଖୋଜିବାରେ ଲାଗିପଡିଛନ୍ତି ପୋଲିସ । ତେବେ ଯାଞ୍ଚ ସମୟରେ ପୋଲିସ ଝିଅର ଫୋନ କଲ ବିଷୟରେ ସୂଚନା ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସିଡିଆର ତରଫରୁ ଯେଉଁ ତଥ୍ୟ ମୁତାବକ ଛାତ୍ରୀ ଜଣଙ୍କ ୩୬ ଜଣଙ୍କ ପୁଅଙ୍କୁ ହ୍ୱାଟସଆପରେ ଚାର୍ଟ କରିବା ପରେ ବ୍ଲକ କରିଦେଇଥିଲା ।
କିଏ ତାକୁ ଅପହରଣ କରି ନେଇଛି, ଏଯାଏଁ ପୋଲିସ ସେହି ପୁଅମାନଙ୍କୁ ଖୋଜିବାରେ ସମର୍ଥ ହୋଇପାରିନି । ଏବେ ପୋଲିସ ସ୍କୁଲରେ ଝିଅ ସହ ପାଠ ପଢିଥିବା ସହପାଠୀଙ୍କୁ ପଚରା ଉଚରା କରି ଜାଣିବାକୁ ଚାହିଁଛି ଯେ, କଲେଜର କିଏ କିଏ ସେହି ଝିଅ ସଂପର୍କରେ ଅଛନ୍ତି । ପୋଲିସ କହିବା ମୁତାବକ, ଶନିବାର ଦାଏର ହୋଇଥିବା ମାମଲା ଅନୁଯାୟୀ, ସହରର ପ୍ରତିଷ୍ଠିତ ସ୍କୁଲର ପାଠ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ବାର୍ଷିକ ପରୀକ୍ଷା ଦେବାକୁ ଘରୁ ବାହାରିଥିଲେ ।କିନ୍ତୁ ଘରକୁ ଫେରିନଥିଲେ । ବହୁତ ବିଳମ୍ୱ ହେବାରୁ ଘର ଲୋକ ସ୍କୁଲର ପଚାରି ବୁଝିଥିଲେ ।
ତେବେ ଏଥିରୁ ଜଣାପଡିଥିଲାକି, ଛାତ୍ରୀ ଜଣଙ୍କ ସ୍କୁଲକୁ ପରୀକ୍ଷା ଦେବାକୁ ବି ଆସିନାହାଁନ୍ତି । କିଛି ଅଘଟଣ ଆଶଙ୍କା କରି ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଅନେକ ଛାତ୍ରଙ୍କୁ ଛାତ୍ରୀ ଜଣଙ୍କ ଅଶ୍ଳୀଳ ଚାର୍ଟିଂ କରିବା ପରେ କରିଦିଅନ୍ତି ।
ତେବେ ଯାଞ୍ଚ ସମୟରେ ପୋଲିସ ଜଣେ ଛାତ୍ରଙ୍କୁ ପଚରା ଉଚରା କରି ଅନେକ ତଥ୍ୟ ହାସଲ କରିଛି । ସେ କହିଥିଲେ କି, ଛାତ୍ର ଜଣଙ୍କ ଘରକୁ ପଳାଇଥିବା ଛାତ୍ରୀଙ୍କୁ ପସନ୍ଦ କରୁଥିଲେ । ଏହାସହ ସେ ଆର୍ଥିକ ସହଯୋଗ କରିବାକୁ ବି ନିଷ୍ପତ୍ତି ନେଇଥିଲେ । ସେ ଜାଣି ନଥିଲେ ଯେ ଝିଅଟି ଅନେକ ପୁଅ ସହିତ କଥା ହେଉଥିଲା । ଏହା କହିବା ପରେ ସେ କାନ୍ଦିବାକୁ ଲାଗିଲେ। ପୋଲିସ କର୍ମଚାରୀମାନେ ତାଙ୍କୁ ମନାଇବା ସହ ଶାନ୍ତ କରିଥିଲେ ।
ତେବେ ସୂଚନା ଥାଉକି, କରୋନା ଅବଧିରେ ଅନଲାଇନ୍ ପାଠପଢା ପାଇଁ ଝି୍ଅଟିକୁ ମୋବାଇଲ୍ ଫୋନ କିଣିଦେଇଥିଲେ ପରିବାର ଲୋକ । ତେବେ ଛାତ୍ରୀ ଜଣକ ଘରୁ ବାହାରିବା ପୂର୍ବରୁ ନିଜ ସ୍ମାର୍ଟ ଫୋନକୁ ଘରେ ଛାଡି ନିଜ ଫେସବୁକ ସାଙ୍ଗ ସହିତ ପଳାଇ ଯାଇଛନ୍ତି । ହେଲେ ଯିବା ପୂର୍ବରୁ, ନିଜ ସାଙ୍ଗକୁ ଏ ବିଷୟରେ ଅବଗତ କରାଇ ଯାଇଛନ୍ତି ।