ଭୁବନେଶ୍ୱର: ରାଜ୍ୟରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସରିବା ପରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ନିର୍ବାଚନ ଚାଲିଛି । ଅପରାହ୍ଣ ୧ଟା ସୁଦ୍ଧା କିଛି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଚିତ୍ର ସ୍ପଷ୍ଟ ହୋଇଛି । ସେଥି ମଧ୍ୟରୁ ବାଲେଶ୍ୱର ଜିଲ୍ଲାଧ୍ୟକ୍ଷ ଭାବେ ବିଜେଡିରୁ ନାରାୟଣ ପ୍ରଧାନ ନିର୍ବାଚିତ ହୋଇଥିବା ବେଳେ ଯାଜପୁରରେ ବିଜେଡିର ନଳୀନୀପ୍ରଭା ଜେନା, ବଲାଙ୍ଗୀରରେ ବିଜେଡିର ଦେବକୀ ସାହୁ, ଦେବଗଡ଼ରେ ବିଜେଡିର କୌଶିକ କୁମାର ପ୍ରଧାନ, ନୂଆପଡ଼ାରେ ବିଜେଡିର ଡଲି ମାଝୀ, ନୟାଗଡ଼ରେ ବିଜେଡିର ଦେବାଶିଷ ପଟ୍ଟନାୟକ, ନବରଙ୍ଗପୁରରେ ବିଜେଡିର ମୋତିରାମ ନାୟକ, ବରଗଡ଼ରେ ବିଜେଡିର ମାନିନୀ ଭୋଇ, ସମ୍ବଲପୁରରେ ବିଜେଡିର କୁମୁଦିନୀ ନାୟକ ପ୍ରମୁଖ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ଏଯାବତ୍ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ସୂଚନା ମିଳିଛି । ରାଜ୍ୟର ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୦୦ରୁ ଊର୍ଦ୍ଧ୍ୱ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ମିଶି ୭୦ ଆସନ ବି ଛୁଇଁପାରିନାହାନ୍ତି ।