21.1 C
Bhubaneswar
Monday, November 18, 2024
Homeଅପରାଧବିବାହ ପ୍ରଲୋଭନ ଦେଖାଇ କଲେଜ ଛାତ୍ରୀକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ବିବାହ ପ୍ରଲୋଭନ ଦେଖାଇ କଲେଜ ଛାତ୍ରୀକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ରାୟଗଡ଼ା: ବିବାହ ପ୍ରଲୋଭନ ଦେଖାଇ କଲେଜ ଛାତ୍ରୀକୁ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗଣେଶ୍ୱର ପତି । ଅଭିଯୁକ୍ତ ମନୋରଞ୍ଜନ ହିଆଲକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ୩ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ଅଛି । ରାୟଗଡ଼ା ରାଣୀଗୁଡା ଫାର୍ମ ଅଞ୍ଚଳର ମନୋରଞ୍ଜନ ଟିକିରି ଥାନା ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀକୁ ପ୍ରେମ ଜାଲରେ ଫସାଇବା ପରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲେ । ୨୦୧୫ ଡିସେମ୍ବର ୧୦ ତାରିଖ ପରଠୁ ମନୋରଞ୍ଜନ କଲେଜ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ମଧ୍ୟ ବିବାହ ନେଇ ଦିନ ଗଡାଇ ଚାଲିଥିଲେ । ଶେଷରେ ମନୋରଞ୍ଜନ ବିବାହ ପାଇଁ ମନା କରିବା ପରେ କଲେଜ ଛାତ୍ରୀ ୨୦୧୮ ସେପ୍ଟେମ୍ବର ୫ ତାରିଖରେ ଏ ନେଇ ଟିକିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ମନୋରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୧୮ ନଭେମ୍ବର ୨୭ରେ ପୁଲିସ୍ ଚାର୍ଜସିଟ୍ ଦାଖଲ କରିବା ପରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ମନୋରଞ୍ଜନକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୦ ହଜାର ଜରିମାନା ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking