26.1 C
Bhubaneswar
Friday, March 29, 2024
Homeଓଡିଶାପୌରନିର୍ବାଚନ ପୂର୍ବରୁ ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି

ପୌରନିର୍ବାଚନ ପୂର୍ବରୁ ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି

ବୌଦ୍ଧ : ଆସନ୍ତାକାଲି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସୁବର୍ଣ୍ଣପୁରରେ ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳିମାଡ଼ । ୨ ଜଣଙ୍କୁ ଅପହରଣ ଅଭିଯୋଗ ହୋଇଛି । ବୌଦ୍ଧ-ସୋନପୁର ରାସ୍ତାର ସିଙ୍ଗାରୀ ନିକଟରେ ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକର ସମିତି ସଭ୍ୟାଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଗୁଳିମାଡ଼ ହୋଇଛି । ଆସନ୍ତାକାଲି ଅଧ୍ୟକ୍ଷ ନିର୍ବାଚନ ଥିବାରୁ ବାଲିଶଙ୍କରା ଫେରୁଥିଲେ ସମିତି ସଭ୍ୟା । ସିଙ୍ଗାରୀ ଠାରେ ଦୁର୍ବୃତ୍ତମାନେ ଗାଡ଼ି ଅଟକାଇ ଗୁଳି ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ୩ଟି ଗାଡ଼ିରେ ଆସିଥିବା ଦୁର୍ବୃତ୍ତ ଜଣେ ସମିତି ସଭ୍ୟାଙ୍କ ୨ ସମ୍ପର୍କୀୟଙ୍କୁ ଅପହରଣ କରିନେଇଥିବା କୁହାଯାଉଛି । ଦୁର୍ବୃତ୍ତମାନେ ଆସିଥିବା ଗାଡ଼ିରେ ଜଣେ ପୂର୍ବତନ ବିଧାୟକ ଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ସେହିପରି ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ତରଜଙ୍ଗା ସମିତି ସଭ୍ୟାଙ୍କୁ ଅପହରଣ ହୋଇଥିବାର ଅଭିଯୋଗ ହୋଇଛି । ସମିତି ସଭ୍ୟା ଗୁରୁବାରୀ ମୁର୍ମୁଙ୍କୁ ଅପହରଣ ନେଇ ଥାନାରେ ଅଭିଯୋଗ କରାଯାଇଛି । ତିର୍ତ୍ତୋଲ ଥାନାରେ ଅପହରଣ ଅଭିଯୋଗ କରିଛନ୍ତି ଗୁରୁବାରୀଙ୍କ ବାପା । ୯ ତାରିଖରୁ ଅପହରଣ କରାଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking