20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଭାରତରୁ ଉଡି ପାକିସ୍ତାନରେ ପଡିଲା ଏହି ବିଚିତ୍ର ବସ୍ତୁ : ପାକ୍ ସେନା ଦେଲା ଏପରି...

ଭାରତରୁ ଉଡି ପାକିସ୍ତାନରେ ପଡିଲା ଏହି ବିଚିତ୍ର ବସ୍ତୁ : ପାକ୍ ସେନା ଦେଲା ଏପରି ମନ୍ତବ୍ୟ 

ନୂଆଦିଲ୍ଲୀ : ପାକିସ୍ତାନୀ ସେନା ଦାବି କରିଛି ଯେ ପଞ୍ଜାବ ପ୍ରଦେଶର ଖାନୱାଲ ଜିଲ୍ଲାର ମିଆନ ଚାନ୍ନୁରେ ଭାରତରୁ ଉଡିଆସିଥିବା ଏକ ବସ୍ତୁ ଖସିପଡି ଧ୍ୱଂସ ହୋଇଯାଇଛି । ମାର୍ଚ୍ଚ ୯, ବୁଧବାର ଏହି ଘଟଣା ଘଟିଛି । ପାକିସ୍ତାନୀ ସେନାର ମୁଖପାତ୍ର ମେଜର ଜେନେରାଲ ବାବର ଇଫ୍ଟିଖର ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତୀୟ ଅଞ୍ଚଳରୁ ଉଚ୍ଚ ବେଗରେ ଉଡ଼ୁଥିବା ଏକ ବସ୍ତୁ ପାକିସ୍ତାନୀ ଅଞ୍ଚଳରେ ପହଞ୍ଚି ତଳେ ପଡ଼ିଯାଇ ନଷ୍ଟ ହୋଇଯାଇଥିଲା । ଏହି ଘଟଣାରେ କେତେକ ଅଞ୍ଚଳର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା କିନ୍ତୁ କାହାରି ମୃତ୍ୟୁ ଘଟି ନଥିଲା । ତେବେ ଏହି ଘଟଣାକୁ ନେଇ ଭାରତୀୟ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ମୁଖପାତ୍ର କହିଛନ୍ତି ଯେ, ଏହି ବସ୍ତୁ ଭୂପୃଷ୍ଠରୁ ଉତକ୍ଷେପଣ କରାଯାଇଛି । ଏକ ପ୍ରଶ୍ନର ଉତ୍ତରରେ ମୁଖପାତ୍ର କହିଛନ୍ତି ଏହାକୁ କେହି ଆକ୍ରମଣ କରି ଖସାଇନାହାନ୍ତି ବରଂ ତାହା ନିଜେ ଖସିପଡିଛି । ଏହି ବସ୍ତୁ ୪୦,୦୦୦ ଫୁଟ ଉଚ୍ଚରେ ଉଡୁଥିବାର ମୁଖପାତ୍ର ଦାବି କରିଛନ୍ତି । ଏହା ପାକିସ୍ତାନର ବାୟୁସେନାର ଅନେକ ବିମାନକୁ ବିପଦରେ ପକାଇ ଦେଇଥିଲା । ଏହା ମଧ୍ୟ କହିଥିଲେ ଯେ ବସ୍ତୁଟି ପଡିବା ପୂର୍ବରୁ ପ୍ରାୟ ୨୦୭ କିଲୋମିଟର ଯାତ୍ରା କରିଥିଲା । ରାୱଲପିଣ୍ଡିର ମେଜର ଜେନେରାଲ ବାବର ଇଫ୍ଟିଖର କହିଛନ୍ତି ଯେ, ପାକିସ୍ତାନ ଏହି ଘଟଣାକୁ ଦୃଢ ନିନ୍ଦା କରିଛି ଏବଂ ଭାରତ ଠାରୁ ସ୍ପଷ୍ଟୀକରଣ ମାଗିଛି । ସେ ଦାବି କରିଛି ଯେ ଭାରତରୁ ପାକିସ୍ତାନକୁ ପ୍ରବେଶ କରିବା ପରେ ଏହି ବିଚିତ୍ର ବସ୍ତୁର ଗତି ଘଣ୍ଟା ପ୍ରତି ୧୨୪ କିଲୋମିଟର ଥିଲା । ସେ କହିଛନ୍ତି ଯେ ଆମେ ବସ୍ତୁକୁ ଠିକ୍ ସମୟରେ ଚିହ୍ନଟ କରିଥିଲୁ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ । ଏହି ଘଟଣାରେରେ କୌଣସି ମୃତାହତ ହୋଇ ନ ଥିବା ବାବୁର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking