ଭୁବନେଶ୍ୱର : ୱାର୍ଡ ନଂ-୩ରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଜୟନ୍ତୀ ଜେନା। ସେ କର୍ପୋରେଟର ପ୍ରାର୍ଥୀଙ୍କ ଭିତରେ ସବୁଠୁ ଧନୀ । ତାଙ୍କର ୮ଟି ଆପାର୍ଟମେଣ୍ଟ ରହିଛି। ତାଙ୍କ ସ୍ଵାମୀଙ୍କ ନାଁରେ ୨ଟି ବସ୍ ଓ ୬ଟି ଅନ୍ୟ ଗାଡି ରହିଛି। ଜୟନ୍ତୀ ଓ ତାଙ୍କ ସ୍ବାମୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ଏହାର ପରିମାଣ ୮ କୋଟି ୩୫ଲକ୍ଷ ଟଙ୍କା ହେବ। ନାମାଙ୍କନ ସମୟରେ ଜୟନ୍ତୀ ଦେଇଥିବା ସତ୍ୟପାଠ ଅନୁସାରେ, ତାଙ୍କ ହାତରେ ୧ଲକ୍ଷ ଟଙ୍କା ୮ ଆପାର୍ଟମେଣ୍ଟ, ୮ କୋଟିର ମାଲିକାଣୀ ଓ ସ୍ଵାମୀଙ୍କ ପାଖରେ ୫ଲକ୍ଷ ଟଙ୍କାର ନଗଦ ଅର୍ଥ ରହିଛି। ବିଭିନ୍ନ ବ୍ୟାଙ୍କରେ ତାଙ୍କ ସ୍ଵାମୀ ୨୦ଲକ୍ଷ ଟଙ୍କାର ଟଙ୍କା ଜମା ରଖିଛନ୍ତି। ଜୟନ୍ତୀଙ୍କ ପାଖରେ ୩୦୦ ଗ୍ରାମର ସୁନା ରହିଛି ।
ଏହାର ମୂଲ୍ୟ ସାଢ଼େ ୭ଲକ୍ଷ ଟଙ୍କା। ଜୟନ୍ତୀଙ୍କର ମୋଟ ୧୨ଲକ୍ଷ ୩୮ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ତାଙ୍କ ସ୍ଵାମୀଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୩ଲକ୍ଷ ଟଙ୍କା। ସେହିଭଳି ଜୟନ୍ତୀ ଓ ତାଙ୍କ ସ୍ଵାମୀଙ୍କ ନାଁରେ ଏକାଧିକ ପ୍ଲଟ୍ ଓ ଆବାସିକ କୋଠା ରହିଛି। ଜୟନ୍ତୀଙ୍କ ନାଁରେ ଚନ୍ଦ୍ରଶେଖରପୁର ମୌଜାରେ ୮୧ ଡେସିମିଲ୍ ଜାଗା ଅଛି । ସ୍ୱାମୀଙ୍କର ଚନ୍ଦ୍ରଶେଖରପୁର ମୌଜାରେ ୭ଏକର ୫ ଡେସିମିଲ୍ ଜାଗା, ପଟିଆରେ ଜାଗା ଓ ୮ଟି ଆପାର୍ଟମେଣ୍ଟ ରହିଛି । ଜୟନ୍ତୀ ଓ ତାଙ୍କ ସ୍ୱାମୀଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୭କୋଟି ଟଙ୍କା।
ଆଉ ଜଣେ କୋଟିପତି କର୍ପୋରେଟର ପ୍ରାର୍ଥୀ ହେଉଛନ୍ତି ଶ୍ରୀଧର ଜେନା। ୩୨ନଂ ୱାର୍ଡରୁ ବିଜେଡି ଟିକଟ ପାଇଥିବା ଶ୍ରୀଧରଙ୍କ ନାଁରେ ବିଏମଡବୁ, କମ୍ପାସ୍ ଜିପ୍, ପାଜେରୋ ଭଳି ଏକାଧିକ ଗାଡ଼ି ରହିଛି।
ତାଙ୍କ ନାଁରେ ବ୍ୟାଙ୍କରେ ୯୩ଲକ୍ଷ ୩୩ ହଜାରର ଏଫ୍ଡି ରହିଛି । ତାଙ୍କର ମୋଟ ଅସ୍ଥାବର ସମ୍ପତ୍ତି ପରିମାଣ ୧କୋଟି ୫୦ଲକ୍ଷ । ତାଙ୍କ ପତ୍ନୀଙ୍କ ନାଁରେ ୧କୋଟି ୧୩ଲକ୍ଷ ଟଙ୍କାରୁ ଅଧିକ ଅସ୍ଥାବର ସମ୍ପତ୍ତି ରହିଛି । ସେହିଭଳି ଶ୍ରୀଧର ଓ ତାଙ୍କ ପତ୍ନୀଙ୍କ ନାଁରେ ବହୁ ଜମି ରହିଛି । ଉଭୟଙ୍କ ମୋଟ ସମ୍ପତ୍ତର ପରିମାଣ ୬କୋଟି ୯୩ଲକ୍ଷ ୪୮ହଜାରରୁ ଅଧିକ। ୬୦ନଂ ୱାର୍ଡରୁ ସ୍ବାଧୀନ ଭାବେ ଲଢ଼ୁଥିବା ପୂର୍ବତନ ଆଇଏଏସ୍ ଅଫିସର ବିଷ୍ଣୁପ୍ରସାଦ ଷଡ଼ଙ୍ଗୀଙ୍କ ମୋଟ ସମ୍ପତ୍ତି ପରିମାଣ ୧କୋଟିରୁ ଅଧିକ। ୧ନଂ ୱାର୍ଡ କର୍ପୋରେଟର ମିହିର କୁମାର ରାଉତ ବି କୋଟିପତି ତାଲିକାରେ ଅଛନ୍ତି। ତାଙ୍କ ନାଁରେ ଏକାଧିକ ପ୍ଲଟ୍ ଓ ପ୍ଲାଟ୍ ରହିଛି । ତାଙ୍କ ମୋଟ ସମ୍ପଭିର ପରିମାଣ ୨ କୋଟିରୁ ଅଧିକ। ବିଜେଡିର ପ୍ରଭାବଶାଳୀ କର୍ପୋରେଟର ପ୍ରାର୍ଥୀ ବିରଞ୍ଚି ନାରାୟଣ ମହାସୁପକାରଙ୍କ ୧କୋଟିରୁ ଅଧିକ ସମ୍ପତ୍ତି ରହିଛି। ସେହିଭଳି ଅମରେଶ ଜେନା ବି କୋଟିପତି ତାଲିକାରେ ଅଛନ୍ତି । ତାଙ୍କ ମୋଟ ସମ୍ପରି ପରିମାଣ ପ୍ରାୟ ଦେଢ଼ କୋଟି। ଆହୁରି ଅନେକ କର୍ପୋରେଟର କୋଟିପତି ।