27.1 C
Bhubaneswar
Wednesday, November 27, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଋଷର ଆର୍ଥିକ ବ୍ୟବସ୍ଥାକୁ ଲାଗିଲା ବଡ ଝଟକା: ଭିସା ଓ ମାଷ୍ଟର କାର୍ଡର ସେବା ବନ୍ଦ

ଋଷର ଆର୍ଥିକ ବ୍ୟବସ୍ଥାକୁ ଲାଗିଲା ବଡ ଝଟକା: ଭିସା ଓ ମାଷ୍ଟର କାର୍ଡର ସେବା ବନ୍ଦ

ନୂଆଦିଲ୍ଲୀ : ଲଗାତାର ଭାବରେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ଉପରେ ଋଷ କରୁଥିବା ଆକ୍ରମଣକୁ ରୋକିବାକୁ ଆମେରିକା ସମତେ ଅନେକ ବଡ ବଡ ଦେଶମାନେ ଆର୍ôଥକ ପ୍ରତିବନ୍ଧକ ଲଗାଇ ଋଷର ଅର୍ଥ ବ୍ୟବସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଭିସା ଏବଂ ମାଷ୍ଟରକାର୍ଡ ମଧ୍ୟ ଋଷରେ ସେବା ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ରୁଷିଆ ବ୍ୟାଙ୍କଗୁଡିକ ଦ୍ୱାରା ଜାରି କରାଯାଇଥିବା ମାଷ୍ଟରକାର୍ଡ ଏବଂ ଭିସା କାର୍ଡ ଆଉ ଦେଶ ବାହାରେ କାମ କରିବ ନାହିଁ । ଭିସା ଏକ ବଡ ବିବୃତ୍ତି ଦେଇଛି ଯେ ତତ୍କାଳ ପ୍ରଭାବ ସହିତ ରୁଷିଆରେ ଆମର ସେବା ବନ୍ଦ କରୁଛୁ । ଭିସାର ବୟାନ ମୁତାବକ ଏହି ପ୍ରତିବନ୍ଧକ ପରେ ଋଷୀୟ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକଙ୍କୁ ଦେଇଥିବା ଏହି ଭିସା କାର୍ଡ ଏବେ ସେମାନେ ଦେଶ ବାହାରେ ବ୍ୟବହାର କରିପାରିବେ ନାହିଁ । ଏଥିସହ ଭିସା ରାଷ୍ଟ୍ରପତି ତଥା ସିଇଓ ଅଲ କେଲି ଏକ ବିବୃତ୍ତିରେ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷର ଅପ୍ରାକୃତିକ ଆକ୍ରମଣ ଘଟଣା ପରେ ଆମେ ଏହି କାର୍ଯ୍ୟ କରିବାକୁ ବାଧ୍ୟ । ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ହେତୁ ଋଷ ଏବଂ ଏହାର ଲୋକଙ୍କ ଉପରେ ଆର୍ôଥକ ଚାପ ବଢାଇବା ପାଇଁ ବିଶ୍ୱର ଅନ୍ୟାନ୍ୟ କମ୍ପାନୀ ମଧ୍ୟ ପଦକ୍ଷେପ ନେଇଛନ୍ତି । ଏହି ଯୁଦ୍ଧ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ପାଇଁ ଚାଲିଥିବା ଅଭିଯାନ ପାଇଁ ବିପଦ । ମାଷ୍ଟରକାର୍ଡ ଏକ ବିବୃତ୍ତି ଜାରି କରି କହିଛି ଯେ ରୁଷିଆ ବ୍ୟାଙ୍କଗୁଡିକ ଦ୍ୱାରା ଜାରି କରାଯାଇଥିବା କାର୍ଡଗୁଡ଼ିକ ଆଉ ଏହାର ନେଟୱାର୍କ ମାଧ୍ୟମରେ କାମ କରିବ ନାହିଁ । କେବଳ ସେତିକି ନୁହେଁ ଦେଶ ବାହାରେ ବି ଋଷୀୟ ବ୍ୟାଙ୍କମାନେ ଯେଉଁ ଭିସା କାର୍ଡ ଜାରି କରିଛନ୍ତି ତାହା ଋଷର କୌଣସି ଷ୍ଟୋର ବା ଏଟିଏମରେ କାମ କରିବ ନାହିଁ । ମାଷ୍ଟରକାର୍ଡ ଏହାର ବିବୃତ୍ତିରେ କହିଛନ୍ତି ଯେ ଆମେ ଏହି ନିଷ୍ପତ୍ତିକୁ ହାଲୁକା ଭାବେ ଗ୍ରହଣ କରୁନାହୁଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking