19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶୟୁକ୍ରେନ-ରୁଷ ଯୁଦ୍ଧ, ବୃଦ୍ଧି ପାଇବ କୋଭିଡ ସଂକ୍ରମଣ : ସତର୍କ କଲା ‘ହୁ’

ୟୁକ୍ରେନ-ରୁଷ ଯୁଦ୍ଧ, ବୃଦ୍ଧି ପାଇବ କୋଭିଡ ସଂକ୍ରମଣ : ସତର୍କ କଲା ‘ହୁ’

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଯୋଗୁଁ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(‘ହୁ’) ଚେତାବନୀ ଦେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ‘ହୁ’ର ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ମାଇକ ରିୱାନ କହିଛନ୍ତି ଯେ ୟୁକେନ ପରିସ୍ଥିତି ଯୋଗୁ ସେଠାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଟେଡ୍ରସ ଅଧାନମ ଘେବରିୟସସ୍‍ କହିଛନ୍ତି, ୟୁକ୍ରେନର ହସ୍‍ପିଟାଲ ଗୁଡିକ ଉପରେ ଆକ୍ରମଣ ଖବରକୁ ନେଇ ‘ହୁ’ ଗଭୀର ଉଦବେଗ ପ୍ରକାଶ କରିଛି ।

ସେଠାରେ ସ୍ୱାସ୍ଥକର୍ମୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟଅନୁସାରେ ୟୁକ୍ରେନରେ ଗତ ମାସରେ ରେକର୍ଡ ସଂଖ୍ୟକ ଲୋକ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଫେବୃୟାରୀ ୪ ତାରିଖରେ ୟୁକ୍ରେନରେ ୪୫ହଜାର ଲୋକ କୋଭିଡରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଥିଲା । ଅନ୍ୟ ପକ୍ଷରେ ୟୁକ୍ରେନର ମାତ୍ର ଶତକଡା ୩୪ଭାଗ ଲୋକ କୋଭିଡର ସମ୍ପୂର୍ଣ୍ଣ ଟିକା ନେଇଛନ୍ତି ବୋଲି ଜନ୍‍ ହପକିନ୍ସ ବିଶ୍ୱବିଦ୍ୟାଳୟ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking