24.1 C
Bhubaneswar
Saturday, January 11, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା: ଆମେ ୟୁକ୍ରେନ୍‌କୁ ସେନା ପଠାଇବୁନୁ

ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା: ଆମେ ୟୁକ୍ରେନ୍‌କୁ ସେନା ପଠାଇବୁନୁ

ୱାଶିଂଟନ୍ : ରୁଷ- ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆଜି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଷ୍ଟେଟ୍ ଅଫ୍ ଦ ୟୁନିୟନ୍ ଆଡ୍ରେସ୍ ହୋଇଛି । ଏ ଅବସରରେ ଜୋ ବାଇଡେନ୍ ଦେଶକୁ ସମ୍ବୋଧିତ କରିଛନ୍ତି । ବାଇଡେନ୍ କହିଛନ୍ତି, ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରି ବଡ଼ ଭୁଲ କରି ଦେଇଛି । ବାଇଡେନ୍ ପୁଟିନ୍‌ଙ୍କୁ ଆକ୍ରମଣକାରୀ ବୋଲି କହିବା ସହ ଆମେରିକା ନାଟୋ ସହଯୋଗୀଙ୍କୁ ସବୁବେଳେ ସାହାଯ୍ୟ କରିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଏହା ବାଇଡେନ୍‌ଙ୍କ ପ୍ରଥମ ଷ୍ଟେଟ୍ ଅଫ୍ ଦ ୟୁନିୟନ୍ ଆଡ୍ରେସ୍ ଥିଲା । କାର୍ଯ୍ୟକ୍ରମରେ ୟୁକ୍ରେନ୍‌ର ରାଷ୍ଟ୍ରଦୂତ ମଧ୍ୟ ଉପସ୍ଥିତ ଥିଲେ । ବାଇଡେନ୍ କହିଛନ୍ତି, ଆମେରିକାର ସେନା ରୁଷ ସହ ସିଧାସଳଖ ଯୁଦ୍ଧ କରିବେ ନାହିଁ । କିନ୍ତୁ ରୁଷକୁ ମନମାନୀ କରିବାକୁ ଦେବ ନାହିଁ । ଆମେରିକା ରୁଷ ଉପରେ ଆର୍ôଥକ ପ୍ରତିବନ୍ଧକ ଲଗାଇଛି । ଆମେ ଆମ ସର୍ତ ସହ ରୁଷର ମିଛର ମୁକାବିଲା କରୁଛୁ । ଆମେ ୟୁକ୍ରେନ୍ ସୈନ୍ୟକୁ ଆର୍ôଥକ ସହାୟତା ଓ ମାନବୀୟ ସହାୟତା ଯୋଗାଉଛୁ ବୋଲି କହିଛନ୍ତି ବାଇଡେନ୍ । ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ଆମେରିକା ଓ ସହଯୋଗୀ ଦେଶ ମିଶି ନାଟୋ କ୍ଷେତ୍ରର ପ୍ରତିଟି ଇଞ୍ଚ୍‌କୁ ରକ୍ଷା କରିବେ । ୟୁକ୍ରେନ୍‌ବାସୀ ପୂରା ସାହସର ସହ ଏହି ଯୁଦ୍ଧରେ ଲଢ଼ୁଛନ୍ତି । ପୁଟିନ୍ ଯୁଦ୍ଧ କ୍ଷେତ୍ରରେ ଆଗରେ ଥିଲେ ମଧ୍ୟ ଭବିଷ୍ୟତରେ ରୁଷକୁ ବଡ଼ ପରିଣାମ ଭୋଗିବାକୁ ପଡ଼ିବ । ଆମେରିକା ଏବେ ୟୁରୋପୀୟାନ୍ ସଂଘ ସହ ମିଶି କାମ କରୁଛି । ୟୁରୋପୀୟ ସହଯୋଗୀଙ୍କ ସହ ମିଶି ରୁଷରେ ଶାସନ କରୁଥିବା ଲୋକଙ୍କ ଜଳ ଜାହାଜ, ଲଗ୍‌ଜ୍ୟୁରୀ ଆପାର୍ଟମେଣ୍ଟ, ପର୍ସନାଲ ଜେଟ୍ ବିମାନକୁ ଜବତ କରାଯାଉଛି । ଫଳରେ ସେମାନେ ରୁଷକୁ ଆର୍ôଥକ ସହାୟତା କରିପାରିବେ ନାହିଁ ଓ ରୁଷ ଧୀରେ ଧୀରେ ଦୁର୍ବଳ ହେବ ବୋଲି କହିଛନ୍ତି ବାଇଡେନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking