25.1 C
Bhubaneswar
Tuesday, November 26, 2024
Homeଓଡିଶାଏଲପିଜି ଅଛି କିନ୍ତୁ ପାଉନାହାନ୍ତି କିି ସବ୍‌ସିଡି...??

ଏଲପିଜି ଅଛି କିନ୍ତୁ ପାଉନାହାନ୍ତି କିି ସବ୍‌ସିଡି…??

ଯଦି ଘରେ ରୋଷେଇ ଲାଗି ଏଲପିଜି ଗ୍ୟାସ୍ ବ୍ୟବହାର କରୁଛନ୍ତି ତେବେ ସବସିଡି ବାବଦେ ଜାଣିଥିବେ ନିଶ୍ଚିତ।  ନିକଟ ଅତୀତରେ ତୈଳ ମୂଲ୍ୟ ବୃଦ୍ଧି ସହ ଗ୍ୟାସ୍ ଦର ମଧ୍ୟ ବୃଦ୍ଧି ହୋଇଥିଲା। ଏଣୁ ଏବେବି ଉଚ୍ଚଦରରେ ଆପଣଙ୍କୁ ଏଲପିଜି କିଣିବାକୁ ପଡୁଥିବ। ଏଥିରେ ଯଦି ଆପଣଙ୍କ ବ୍ୟାଙ୍କ ଖାତାକୁ ଏ ବାବଦେ ସବସିଡି ଆସିଯାଉଛି ତେବେ ଆପଣଙ୍କ ଲାଗି ଏହା ନିଶ୍ଚିତ ରୂପେ ଆଶ୍ୱସ୍ତିକର। ନ ଆସୁଥିଲେ ଜାଣନ୍ତୁ କରିବେ କ’ଣ? ସବସିଡିକୁ ଏକ ରକମ ରିହାତି କୁହାଯାଇପାରେ। ଆପଣ ଗ୍ୟାସ ବୁକିଂ କରିବା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ବାବଦ ରାଶି ଆସିଯାଏ। ଯଦି ଆପଣଙ୍କ ଆକାଉଣ୍ଟରେ ସବସିଡି ଆସୁ ନଥାଏ ତେବେ ତୁରନ୍ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ। ଯଦି ଆକାଉଣ୍ଟ ଆଧାର ସହ ସମ୍ପୃକ୍ତ ନଥାଏ ତେବେ ଆପଣଙ୍କୁ ସବସିଡି ସୁବିଧା ମିଳୁନଥିବ। ଏଣୁ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହ ସଂଯୋଗ କରିବାର ବ୍ୟବସ୍ଥା କରନ୍ତୁ। ଏହା ପରେ ଆପଣଙ୍କ ଆକାଉଣ୍ଟରେ ସବସିଡି ମିଳିବାରେ ଲାଗିବ। ଲପିଜି
ଆପଣଙ୍କୁ ଏଲପିଜି ବାବଦେ ସବସିଡି ମିଳୁଛି କି ନା ତାହା ପ୍ରଥମେ ନିଶ୍ଚିତ କରିନିଅନ୍ତୁ। ଏଥିଲାଗି ଆପଣ ପ୍ରଥମେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ମାଇଁ ଏଲପିଜି ଡଟ୍ ଇନ୍ ୱେବସାଇଟ୍ କୁ ଯାଆନ୍ତୁ। ୱେବପେଜ୍‌ର ଡାହାଣ ପଟକୁ ଦେଖନ୍ତୁ। ସେଠାରେ ୩ଟି ଏଲପିଜି କମ୍ପାନୀଙ୍କ ସିଲିଣ୍ଡର ଫଟୋ ଥିବ। ଏଥିରୁ ଆପଣ ଯେଉଁ ଗ୍ୟାସର ଗ୍ରାହକ ସେହି ସିଲିଣ୍ଡରରେ କ୍ଲିକ୍ କରନ୍ତୁ। ଏଥିରେ ଆପଣଙ୍କ ଆଗରେ ଆଉ ଏକ ୱିଣ୍ଡୋ ଖୋଲିବ। ଏଥିରେ ଆପଣଙ୍କ ସର୍ଭିସ ପ୍ରୋଭାଇଡରଙ୍କ ଡିଟେଲ ଦେଖିବାକୁ ପାଇବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking