20.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶପୋଷା କୁକୁର ପାଇଁ ଫେରିଲେନି ଭାରତୀୟ ଛାତ୍ର

ପୋଷା କୁକୁର ପାଇଁ ଫେରିଲେନି ଭାରତୀୟ ଛାତ୍ର

ନୂଆଦିଲ୍ଲୀ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିବାବେଳେ ଭାରତ ସରକାର ଇତିମଧ୍ୟରେ ସ୍ୱତନ୍ତ୍ର ବିମାନ ଯୋଗେ ୭୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ୟୁକ୍ରେନ୍‌ରୁ ଫେରାଇ ଆଣିଥିବାବେଳେ ଅନ୍ୟମାନଙ୍କୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜଣେ ଭାରତୀୟ ଛାତ୍ର ୟୁକ୍ରେନ୍ ଛାଡିବାକୁ ଅରାଜି ହୋଇଥିବା ଜଣାପଡିଛି । ନିଜର ପୋଷା କୁକୁରକୁ ଛାଡି ଏକୁଟିଆ ସ୍ୱଦେଶ ଫେରିପାରିବେନି ବୋଲି ସେ ଜାରି କରିଥିବା ଭିଡିଓରେ କହିଛନ୍ତି । ଋଷଭ କୌଶିକ୍ ନାମକ ଏହି ଛାତ୍ର ଜଣକ ୟୁକ୍ରେନ୍‌ର ଖାର୍କିଭ୍ ସହରରେ ଥିବା ନ୍ୟାସନାଲ ୟୂନିଭର୍ସିଟିରେ କମ୍ପ୍ୟୁଟର ଇଂଜିନିୟରିଂ ପାଠ ପଢୁଛନ୍ତି । ‘ମାଲିବୁ’ ନାମରେ ଏକ କୁକୁରକୁ ସେ ପାଳିଛନ୍ତି । ଅନ୍ୟ ଛାତ୍ରଙ୍କ ଭଳି ସ୍ୱଦେଶ ଫେରିବାକୁ ତାଙ୍କୁ ସୁଯୋଗ ମିଳିଥିଲେ ସୁଦ୍ଧା କୁକୁରକୁ ବିମାନଯାତ୍ରା ଅନୁମତି ମିଳିନଥିଲା । କିଏଭ୍‌ସ୍ଥିତ ଭାରତୀୟ ଦୁତାବାସ କିମ୍ବା ନୂଆଦିଲ୍ଲୀସ୍ଥ ବିଦେଶ ମନ୍ତ୍ରଣାଳୟ ଏ ପ୍ରସଙ୍ଗରେ ଅସହାୟତା ପ୍ରକାଶ କରିବାପରେ ଋଷଭ କୁକୁରକୁ ଛାଡି ଭାରତ ଫେରିବେ ନାହିଁ ବୋଲି କହିଛନ୍ତି । ଋଷଭ୍ ବର୍ତ୍ତମାନ ମାଲିବୁ ସହ କିଏଭ୍‌ର ଏକ ବଙ୍କରରେ ଆଶ୍ରୟ ନେଇଥିବା ଜଣାପଡିଛି । ୟୁକ୍ରେନ୍ ତାହାର ଆକାଶପଥ ସିଲ୍ କରିଥିବାରୁ ପଡୋଶୀ ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ବାଟ ଦେଇ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking