22.1 C
Bhubaneswar
Thursday, December 5, 2024
Homeଅପରାଧଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ବୁଗୁଡ଼ା: ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷରେ ପ୍ରତାରଣା କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ଗିରଫ ଯୁବକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍କଳସାହି ଗ୍ରାମର ସିଲିପ ସେଠୀ । ପ୍ରକାଶ ଯେ , ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଚାରି ବର୍ଷ ହେଲା ସିଲିପ ତାଙ୍କ ସହ ସମ୍ପର୍କ ରଖି ଆସୁଥିଲେ ।

ଶେଷରେ ଯୁବତୀ ଜଣଙ୍କୁ ବିବାହ କରିବାକୁ ମନା କରିବା ସହ ସିଲିପ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଯୋଜନା ଚଳାଇଥିଲେ । ଏହି ଖବର ଯୁବତୀ ଜଣକ ଜାଣିବା ପରେ ସେ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏସ୍‌ଆଇ ସ୍ନେହମଞ୍ଜରୀ ସାହୁ ତଦନ୍ତ କରି ସିଲିପଙ୍କୁ ଆଣି ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ମେଡିକାଲ ଟେଷ୍ଟ କରାଇଥିଲେ । ତେବେ ପୁଲିସ ଆଜି ସିଲିପଙ୍କୁ ଗିରଫ କରି ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଥିବା ବେଳେ ସମ୍ପୃକ୍ତା ଯୁବତୀଙ୍କୁ ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking