20.1 C
Bhubaneswar
Monday, November 18, 2024
Homeଅପରାଧଘରେ ପଶି ମହିଳାଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

ଘରେ ପଶି ମହିଳାଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଳକାପୁରୀ ସପ୍ତମ ଲାଇନ ରହୁଥିବା ଏଡ଼ିଏସଡ଼ାବ୍ଲ୍ୟଓ ବିଭାଗର ଅବସରପ୍ରାପ୍ତ ଅଧିକାରୀ ବିଜୟ ଚନ୍ଦ୍ର ବେହେରାଙ୍କ ଘରେ ଦୂର୍ବୃତ୍ତ ପଶି ତାଙ୍କ ସ୍ତ୍ରୀ ସୁରଜା ବେହେରାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ହତ୍ୟା ପରେ ଘରର ବାହାରପଟୁ ତାଲା ପକାଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣା ସ୍ଥଳରେ ଏଏସ୍‌ପି ରମେଶ ଚନ୍ଦ୍ର ସେଠି, ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଆଇଆଇସି ମହେନ୍ଦ୍ର କୁମାର ସାହୁ ପହଞ୍ôଚ ତଦନ୍ତ କରିଥିବା ଜଣାପଡିଛି । ଦୁର୍ବୃତ୍ତମାନେ ଘରେ ପଶି ସୁରଜାଙ୍କ ବେକ ଓ ହାତ କାଟିବା ସହ ଶରୀରର ବିଭିନ୍ନ ଅଂଶରେ କ୍ଷତ ଚିହ୍ନ କରି ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ କି ଗତକାଲି ସନ୍ଧ୍ୟା ଭ୍ରମଣରେ ସୁରଜାଙ୍କ ସ୍ୱାମୀ ବାହାରକୁ ଯାଇଥିଲେ । ଫେରି ଆସି ଦେଖିଲାବେଳକୁ ଘର ବାହାରପଟୁ ତାଲା ପଡିଥିଲା । ଏହ।।

ଦେଖି ସେ ସ୍ତ୍ରୀ ସୁରଜାଙ୍କୁ ଫୋନ କରିଥିଲେ । ହେଲେ ସେ ଫୋନ ନଉଠଇବାରୁ ତାଙ୍କ ପୁଅ ରଶ୍ମି ରଞ୍ଜନ ବେହେରାକୁ ଫୋନ କରିଥିଲେ । ସେ ମଧ୍ୟ ମାଙ୍କୁ ବାରମ୍ବାର ଫୋନ କରିଥିଲେ । ଦୁଇ ଦୁଇ ଥର ଫୋନ ରିଙ୍ଗ୍ ହୋଇ କଟିବା ପରେ ତୃତୀୟ ଥର ନମ୍ବର ବିଜି ଆସିଥିବା ତାଙ୍କ ପୁଅ କହିଛନ୍ତି । ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଆଜି ଘଟଣାସ୍ଥଳରେ ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍ ଏବଂ ଏସ୍‌ପି ପିନାକ୍ ମିଶ୍ର, ଏଏସ୍‌ପି ରମେଶ ଚନ୍ଦ୍ର ସେଠି, ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଆଇଆଇସି ମହେନ୍ଦ୍ର କୁମାର ସାହୁ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଶ୍ରୀ ବେହେରାଙ୍କ ଘର ଚୋରି ହୋଇଥିବା ନେଇ ସଦର ଥାନା ଅଭିଯୋଗ ହୋଇଥିଲା । ତେବେ ସୁରଜାଙ୍କୁ କିଏ ହତ୍ୟା କରିଛି ଏବଂ କାହିଁକି କରିଛି ତାହା ପୁଲିସ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରୁଥିବା ଜଣାପଡିଛି । ମାଙ୍କୁ ଯିଏ ହତ୍ୟା କରିଛି ତାକୁ ଦଣ୍ଡ ମିଳିବା ଦରକାର ବୋଲି ପୁଅ ରଶ୍ମିରଞ୍ଜନ କହିଛନ୍ତି । ଅନ୍ୟ ପଟେ ଏହି ଘଟଣାରେ ପୁଲିସକୁ ଅତି ଶୀଘ୍ର ସୁରାକ ମିଳିବ ବୋଲି ବ୍ରହ୍ମପୁର ଏସପି ପିନାକ୍ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking