20.1 C
Bhubaneswar
Monday, November 18, 2024
Homeଓଡିଶାଢିଙ୍କିଆରେ ଜନଶୁଣାଣି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଢିଙ୍କିଆରେ ଜନଶୁଣାଣି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଢିଙ୍କିଆରେ ଜନଶୁଣାଣି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଢିଙ୍କିଆ ମାମଲା ନେଇ ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ କମିଟି ଘଟଣା ସ୍ଥଳ ଗସ୍ତ ପରେ ପୃଥକ ପୃଥକ ରିପୋର୍ଟ ଦାଖଲ କରିଛନ୍ତି । ତେବେ ପୁନର୍ବାର ଢିଙ୍କିଆ ଅଞ୍ଚଳ ଗସ୍ତ କରିବାକୁ କମିଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୫ ତାରିଖରେ ଢିଙ୍କିଆ ଗସ୍ତ କରିବେ କମିଟି । ଢିଙ୍କିଆ ସ୍ଥାନୀୟ ଅଞ୍ଚଳରେ ଜନଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନଶୁଣାଣି ପାଇଁ ସବୁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ,ଏସ୍‌ପିଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଜନଶୁଣାଣି ବେଳେ ଜିଲ୍ଲାପାଳ,ଏସ୍‌ପିଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ପଡିବ । ଗସ୍ତର ୩ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଗତ ୧୯ ତାରିଖରେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ୫ଜଣିଆ ହାଇଲେବଲ୍ ଟିମ୍ ଢିଙ୍କିଆ ଯାଇଥିଲେ । ସେଠାରେ ବାହାରୁ ସିନା ଶାନ୍ତ, ହେଲେ ଭିତରେ କେତେ ଅଶାନ୍ତର ବାତାବରଣ ରହିଛି ଦେଖିବାକୁ ମିଳିଥିଲା । ଜେଏସ୍‌ଡବ୍ଲୁ ଶିଳ୍ପ ପାଇଁ ପୋଲିସ୍ ଓ ପ୍ରଶାସନ ଉଭୟ ଗାଁ ଲୋକଙ୍କ ଉପରେ ଚଳାଇଥିବା ଜୁଲମ୍ ଓ ବିପନ୍ନ ଜୀବିକାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ପରେ, ସତ୍ୟାସତ୍ୟ ଜାଣିବାକୁ ଗାଁକୁ ଯାଇଥିଲେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ୫ଜଣିଆ ହାଇଲେବଲ୍ ଟିମ୍ । ହେଲେ ତାଙ୍କ ଉପସ୍ଥିତିରେ ବି ସପକ୍ଷବାଦୀ-ବିପକ୍ଷବାଦୀ ମାରପିଟ୍ ହେବା ସହ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିଲା । ସେଠାରେ ସ୍ପେଶାଲ ଟିମ୍ କହିଥିଲେ ଯେ, ଯାହା ଦେଖିଲୁ କୋର୍ଟଙ୍କୁ ଜଣାଇବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking