ଭୋପାଳ: ବିବାହ ଭୋଜିକୁ ମାତାପିତା ସାଥିରେ ନନେବାରୁ ଆତ୍ମହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ । ମୃତ ନାବାଳକଙ୍କ ନା’ ଆରୟନ ହୋଇଥିବା ବେଳେ ସେ ଷଷ୍ଠ ଶ୍ରେଣୀର ଛାତ୍ର ଥିଲେ । ମାତାପିତା ବଡ଼ ଭାଇ ସହ ଆସିବୁ ବୋଲି କହି ସାଥିରେ ନନେବାରୁ ରାଗରେ ଆରୟନ ଆତ୍ମହତ୍ୟା କରିଥିବା କହିଛି ପୋଲିସ । ସୂଚନା ଅନୁଯାୟୀ, ଆରୟନଙ୍କ ପିତାମାତା ବିବାହ ଭୋଜି ଖାଇବାକୁ ବାହାରିଥିଲେ । ବଡ଼ ପୁଅ କ୍ଲବରୁ ଆସିନଥିବାରୁ ସେମାନେ ଆରୟନକୁ ଘରେ ରହି ବଡ଼ ଭାଇକୁ ଅପେକ୍ଷା କରିବାକୁ କହିଥିଲେ । ଆରୟନ ମାତାପିତାଙ୍କ ସହ ଯିବାକୁ ଜିଦ୍ ଧରିଥିଲେ ବି ବଡ଼ ଭାଇ ଆସିଲେ ଦୁହେଁ ମିଶି ଭୋଜିକୁ ଆସିବ ବୋଲି କହି ଘରୁ ବାହାରି ଯାଇଥିଲେ ମାତାପିତା । ସାଥିରେ ନନେବାରୁ ରାଗରେ ଆରୟନ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ । କିଛି ସମୟ ପରେ ଆରୟନଙ୍କ ବଡ଼ ଭାଇ ଘରକୁ ଫେରିବା ପରେ ଆରୟନଙ୍କୁ ଏଭଳି ଝୁଲୁଥିବା ଦେଖି ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଆରୟନଙ୍କ ଭାଇଙ୍କ କାନ୍ଦ ଶୁଣି ପଡ଼ୋଶୀମାନେ ଆସିବା ସହ ପୋଲିସ ଓ ତାଙ୍କ ମାତାପିତାଙ୍କୁ ଖବର ଦେଇଥିଲେ । ଆରୟନଙ୍କ ମାତାପିତା ତାଙ୍କୁ ୩ଟି ହସ୍ପିଟାଲରେ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।