20.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶତେଜୁଛି ହିଜାବ୍ ବିବାଦ: ପଶ୍ଚିମବଙ୍ଗ ସ୍କୁଲରେ ଭଙ୍ଗାରୁଜା, ୧୮ ଗିରଫ

ତେଜୁଛି ହିଜାବ୍ ବିବାଦ: ପଶ୍ଚିମବଙ୍ଗ ସ୍କୁଲରେ ଭଙ୍ଗାରୁଜା, ୧୮ ଗିରଫ

ମୁର୍ଶିଦାବାଦ: କର୍ଣ୍ଣାଟକ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରେ ହିଜାବ୍ ବିବାଦ ବର୍ତ୍ତମାନ ପଶ୍ଚିମବଙ୍ଗକୁ ଛୁଇଁଛି । ମୁର୍ଶିଦାବାଦ ଜିଲ୍ଲାର ସୁତି ଅଞ୍ଚଳରେ ଥିବା ବାହୁତଲି ସରକାରୀ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ଶନିବାର ହିଜାବ୍ ଓ ବୁର୍ଖା ପିନ୍ଧି ଆସିଥିବା କେତେକ ମୁସଲମାନ ଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦେଇନଥିଲେ । ଏହି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାବେଳେ ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟଙ୍କ ବିଚାରାଧୀନ ରହିଛି । ତେଣୁ ସେମାନେ ଏଭଳି ଧାର୍ମିକ ପୋଷାକ ପିନ୍ଧି ସ୍କୁଲ ନଆସିବା ଉଚିତ୍ ବୋଲି କର୍ତ୍ତୃପକ୍ଷ ସଂପୃକ୍ତ ଛାତ୍ରୀମାନଙ୍କୁ ବୁଝାଇଥିଲେ । ତେବେ ସେମାନେ ଏଥିପ୍ରତି କର୍ଣ୍ଣପାତ କରିବା ବଦଳେରେ ପରିବାର ଲୋକଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ । ଉତ୍ତ୍ୟକ୍ତ ଲୋକେ ସ୍କୁଲକୁ ଟେକାପଥର ମାଡ କରିବା ସହ ଶ୍ରେଣୀଗୃହରେ ବଳପୂର୍ବକ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏଥିସହିତ ସେମାନେ କେତେକ ଶିିକ୍ଷକଙ୍କୁ ମଧ୍ୟ ମାରଧର କରିଥିଲେ । ଫଳରେ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲାଠିଚାଳନା ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇଥିଲା । ଏହି ମାମଲାରେ ୧୮ ଜଣଙ୍କୁ ଗିରଫ କରାଯାଇଛି । ପରବର୍ତ୍ତୀ ସମୟରେ ପୁଲିସ ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କୁ ନେଇ ଏକ ବୈଠକ ଆୟୋଜିତ କରାଯାଇଥିଲା । ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking