ଭୁବନେଶ୍ୱର : ବେଗୁନିଆ ଥାନା ନିକଟସ୍ଥ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଉପରେ ଥିବା ବିଜୁ ପଟ୍ଟନାୟକ ଟାଉନ ହଲ ସାମନାରେ ଆଜି ଭୋର ସମୟରେ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ମୃତକ ହେଲେ ଶରତ କୁମାର ସାହୁ (୫୧) । ଗାଡିଟି ତାଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିବାବେଳେ ମୃତଦେହଟି ଜାତୀୟ ରାଜପଥ ଉପରେ ଦୀର୍ଘ ସମୟ ଧରି ପଡିରହିଥିଲା । ପ୍ରଶାସନ ସେଠାରେ ପଂହଁଚିବାରେ ବିଳମ୍ବ କରିବାରୁ ମୃତକଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀ ମାନେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ମୃତଦେହ ରଖି ରାସ୍ତା ରୋକ କରିଥିଲେ । ପରେ ପୁଲିସ ଏବଂ ତହସିଲଦାର ଘଟଣାସ୍ଥଳରେ ପଂହଁଚି ମୃତକଙ୍କ ପରିବାରକୁ ରେଡ଼କ୍ରସ ରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପରେ ଲୋକମାନେ ରାସ୍ତା ରୋକରୁ ଉଠିଯାଇଥିଲେ । ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ପଠାଇଛି ।
ଘଟଣାରୁ ପ୍ରକାଶ , ବେଗୁନିଆ ଥାନା ମାଣିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବଡପଦର ଗ୍ରାମର ଶରତ ରାଉତପଡ଼ାରେ ଥିବା ଏକ ପ୍ରାଇଭେଟ ସଂସ୍ଥାରେ କାର୍ୟ୍ୟ କରୁଥିଲେ ।ସେ ସବୁଦିନ ପରି ଆଜି ଭୋର ୫ ଟା ସମୟରେ ସେଠାକୁ ଚାଲି ଚାଲି ଯାଉଥିଲେ । କିନ୍ତୁ ସମ୍ପୃକ୍ତ ସ୍ଥାନରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେବା ଯୋଗୁଁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।