16.1 C
Bhubaneswar
Saturday, January 11, 2025
Homeଓଡିଶାସେମିଷ୍ଟାର ପରୀକ୍ଷାକୁ ବିରୋଧ କରି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ସେମିଷ୍ଟାର ପରୀକ୍ଷାକୁ ବିରୋଧ କରି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ପରୀକ୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଯୁକ୍ତ ୩ ଛାତ୍ରଛାତ୍ରୀ । ପଞ୍ଚମ ସେମିଷ୍ଟାରର ଅଫଲାଇନ୍ ମୋଡ୍ କୁ ବିରୋଧ କରି ଆନନ୍ଦପୁର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କଲେଜ ଗେଟ୍ ସମ୍ମୁଖରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ତୁରନ୍ତ ଅଫଲାଇନ୍ ପରୀକ୍ଷାକୁ ବାତିଲ ପାଇଁ ଦାବି ରଖିଛନ୍ତି ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ ଯୁକ୍ତ ୩ ଶେଷବର୍ଷ ପଞ୍ଚମ ସେମିଷ୍ଟାର ପରୀକ୍ଷା ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ କରାଯିବ ନେଇ ସମୟ ଧାର୍ଯ୍ୟ କରାଯାଇଛି । ଅଫଲାଇନ୍ ମୋଡ୍ ରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି । ପାଠ୍ୟଖସଡା ଅନୁଯାୟୀ କୋର୍ସ ସରି ନଥିବା ନେଇ ଛାତ୍ରଛାତ୍ରୀ କହିଅଛନ୍ତି । ଗୋଟିଏ ସେମିଷ୍ଟାର ପାଇଁ ଉଚ୍ଚଶିକ୍ଷା ବିଭାଗ ୬ ମାସ ସମୟ ସୀମା ରଖିଥିବା ବେଳେ ପିଲାଙ୍କୁ ଏଥର ମିଳିଛି ତିନି ମାସରୁ କମ୍ ସମୟ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଅପରପକ୍ଷରେ ଠିକ୍ ଭାବେ ପାଠପଢା ହୋଇପାରିନଥିବା କଥା ସ୍ବୀକାର କରିଛନ୍ତି କଲେଜ ଅଧ୍ୟକ୍ଷ । ପିଲାଙ୍କ ସମସ୍ୟା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking