32.1 C
Bhubaneswar
Saturday, October 19, 2024
Homeଖେଳଦିନକ ପରେ ଦ୍ୱିତୀୟ ଦିନିକିଆ : ରାହୁଲ୍‌, ମୟଙ୍କ ଓ ସୈନୀଙ୍କ ଅଭ୍ୟାସ

ଦିନକ ପରେ ଦ୍ୱିତୀୟ ଦିନିକିଆ : ରାହୁଲ୍‌, ମୟଙ୍କ ଓ ସୈନୀଙ୍କ ଅଭ୍ୟାସ

ଅହମ୍ମଦାବାଦ:  ଦିନକ ପରେ ଅର୍ଥାତ୍ ଆସନ୍ତା ବୁଧବାର ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚଳିତ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ ଦଖଲ କରିବା ଲକ୍ଷ୍ୟରେ ଥିବା ବେଳେ ସୋମବାର ଟିମ୍ କ୍ୟାମ୍ପ୍‌ରେ ଓପନର ତଥା ଉପଅଧିନାୟକ ଲୋକେଶ ରାହୁଲ୍‌, ମୟଙ୍କ ଅଗରୱାଲ୍ ଓ ଯୁବ ପେସର୍ ନବଦୀପ ସୈନୀ ସାମିଲ୍ ହୋଇଛନ୍ତି। ସେମାନେ କ୍ୟାମ୍ପ୍‌କୁ ଫେରିବା ସହ ତୁରନ୍ତ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ବିସିସିଆଇ ପକ୍ଷରୁ ଟ୍ୱିଟର୍ ପୃଷ୍ଠାରେ ତିନି ଖେଳାଳିଙ୍କ ଅଭ୍ୟାସ ବେଳର ଫଟୋ ଅପଲୋଡ୍ କରାଯାଇଛି । ଗୋଟିଏ ପଟେ ବ୍ୟକ୍ତିଗତ କାରଣରୁ ରାହୁଲ୍ ପ୍ରଥମ ଦିନିକିଆ ଖେଳି ନ ଥିଲେ । ସେହିପରି ନିୟମିତ ଓପନର ଶିଖର ଧୱନ୍ ଓ ଯୁବ ଓପନର ଋତୁରାଜ ଗାଏକ୍ୱାଡ୍ କୋଭିଡ୍ ସଂକ୍ରମିତ ହୋଇଥିବାରୁ ସେମାନଙ୍କ ସ୍ଥାନରେ ମୟଙ୍କଙ୍କୁ ସାମିଲ୍ କରାଯାଇଥିଲା । ସେ  ବାୟୋ ବବଲ୍ ପରିବେଶରେ ପ୍ରବେଶ କରିବା ପୂର୍ବରୁ ତିନି ଦିନ କ୍ୱାରେଣ୍ଟାଇନରେ ରହିଥିଲେ ।

ସେ ସୋମବାର ଦଳର ଅନ୍ୟାନ୍ୟ ଖେଳାଳିଙ୍କ ସହ ଯୋଗ ଦେଇଛନ୍ତି । ତା’ଛଡ଼ା ସୈନୀ ମଧ୍ୟ କୋଭିଡ୍ ପଜିଟିଭ୍ ହୋଇଥିଲେ । ସେ ଇତିମଧ୍ୟରେ ସୁସ୍ଥତା ଲାଭ କରିବା ସହ ଆଇସୋଲେସନ୍ ପିରିଅଡ୍ ମଧ୍ୟ ଶେଷ କରିସାରିଛନ୍ତି । ଭାରତୀୟ କ୍ୟାମ୍ପ୍‌ରେ କୋଭିଡ୍ ପ୍ରବେଶ କରିବା ଫଳରେ ବିସିସିଆଇ ପକ୍ଷରୁ ଯୁବ ଓପନର ଈଶାନ୍ କିଶନ୍ ଓ ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍‌ଙ୍କୁ ମଧ୍ୟ ସାମିଲ୍ କରାଯାଇଥିଲା । ଈଶାନ୍ ମଧ୍ୟ ଅଧିନାୟକ ରୋହିତ ଶର୍ମାଙ୍କ ସହ ଭାରତର ହଜାରେତମ ଦିନିକିଆରେ ଇନିଂସ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking