19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଚୀନ ୧୯୬୨ରୁ ପାଙ୍ଗଙ୍ଗ ହ୍ରଦ ଉପରେ ନିର୍ମାଣ କରୁଛି ପୋଲ

ଚୀନ ୧୯୬୨ରୁ ପାଙ୍ଗଙ୍ଗ ହ୍ରଦ ଉପରେ ନିର୍ମାଣ କରୁଛି ପୋଲ

ନୂଆଦିଲ୍ଲୀ: ଚୀନ ଦ୍ୱାରା ପାଙ୍ଗଙ୍ଗ ହ୍ରଦ ଉପରେ ୧୯୬୨ରୁ ଅବୈଧ କବଜା କରିଥିବା ଅଞ୍ଚଳରେ ଏକ ପୋଲ ନିର୍ମାଣ କରାଯାଉଛି । ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରଣ ଶୁକ୍ରବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ତେବେ ଭାରତ ସରକାର ଏହି ଅବୈଧ କବଜାକୁ କେବେ ସ୍ୱୀକାର କରିନଥିବା ମନ୍ତ୍ରୀ କହିଛନ୍ତି । ସଂସଦର ନିମ୍ନ ସଦନରେ ଏହି ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ସରକାର ଚୀନ ଦ୍ୱାରା ପାଙ୍ଗଙ୍ଗ ହ୍ରଦ ଉପରେ ନିର୍ମାଣ କରୁଥିବା ପୋଲ ଉପରେ ନଜର ରଖିଛନ୍ତି । ସେ କହିଛନ୍ତି ପୋଲ ନିର୍ମାଣ ସେହି ଅଞ୍ଚଳରେ ଜାରି ରହିଛି, ଯେଉଁଠି ୧୯୬୨ରେ ଚୀନ ଅବୈଧ କବଜା କରିଥିଲା । ଭାରତ ସରକାର ଏହି ଅବୈଧ କବଜାକୁ କେବେ ଚୀନର ଅଞ୍ଚଳ ବୋଲି ମାନ୍ୟତା ଦେଇ ନାହାନ୍ତି । କେନ୍ଦ୍ର ସରକାର ଅନେକ ମଞ୍ଚରେ ଏହା ସ୍ପଷ୍ଟ କରି ସାରିଛନ୍ତି ଯେ, କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଆମେ ଆଶା କରୁଛୁ ଅନ୍ୟ ଦେଶ ଭାରତର ସାର୍ବଭୌମତା ଏବଂ କ୍ଷେତ୍ରୀୟ ଅଖଣ୍ଡତାର ସମ୍ମାନ କରିବେ । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଭାରତ ସରକାର ଅରୁଣାଚଳ ପ୍ରଦେଶରେ ଚୀନ ଦ୍ୱାରା କିଛି ସ୍ଥାନର ନାମ ପରିବର୍ତ୍ତନ ଖବର ବିଷୟରେ ଅବଗତ ଅଛନ୍ତି । ଚୀନ ଦ୍ୱାରା ଏହା ଏକ ବ୍ୟର୍ଥ ପ୍ରୟାସ । ଏହି ତଥ୍ୟକୁ ବଦଳାଯାଇ ପାରିବ ନାହିଁ ଯେ, ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ ରହିଛି ଏବଂ ରହିଥିବ । ଗତ ଛଅ ଦଶନ୍ଧିରୁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଭାରତୀୟ ଅଞ୍ଚଳର ପ୍ରାୟ ୩୮୦୦୦ ବର୍ଗ କିଲୋମିଟରରେ ଚୀନର ଅବୈଧ କବଜା ଜାରି ରହିଛି । ଏହି ତଥ୍ୟ ମଧ୍ୟ ଲୋକସଭାରେ ମନ୍ତ୍ରୀ ମୁରଲୀଧରଣ ଦେଇଛନ୍ତି । ୧୯୬୩ରେ ଚୀନ-ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ତଥାକଥିତ ସୀମା ରାଜିନାମା ଆଧାରରେ ପାକିସ୍ତାନ ଲଦାଖରେ କବଜା କରିଥିବା ଶକ୍ସଗାମ ଘାଟିରେ ୫୧୮୦ ବର୍ଗ କିଲୋମିଟର ଭାରତୀୟ କ୍ଷେତ୍ରକୁ ଅବୈଧ ଭାବେ ଚୀନ ହାତରେ ଟେକି ଦେଇଛି । ବହୁଜନ ସମାଜ ପାର୍ଟିର ସାଂସଦ ଶ୍ୟାମ ଯାଦବ ସିଂହଙ୍କ ପ୍ରଶ୍ନର ଉତ୍ତରରେ ମୁରଲୀଧରଣ କହିଛନ୍ତି, ଭାରତ ସରକାର ୧୯୬୩ରେ ତଥାକଥିତ ଚୀନ-ପାକିସ୍ତାନ ସୀମା ରାଜିନାମାକୁ କେବେ ବି ମାନ୍ୟତା ଦେଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking