20.1 C
Bhubaneswar
Sunday, November 17, 2024
Homeଓଡିଶାଜାନୁଆରୀରେ ରାଜଧାନୀରେ ୨୭ ହଜାର ୭୩୪ କରୋନା ସଂକ୍ରମିତ ଚିହ୍ନଟ

ଜାନୁଆରୀରେ ରାଜଧାନୀରେ ୨୭ ହଜାର ୭୩୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜାନୁଆରୀ ମାସ ଆରମ୍ଭରୁ ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଗତ ସପ୍ତାହକ ମଧ୍ୟରେ କରୋନା ଗ୍ରାଫ୍ ସାମାନ୍ୟ ତଳ ଉପର ହୋଇଥିଲେ ମଧ୍ୟ ସହରରେ ସଂକ୍ରମଣ ପରିସ୍ଥିତି ଚିନ୍ତାଜନକ ରହିଛି । ବିଏମସି ସୂଚନାନୁସାରେ ଡ଼ିସେମ୍ବର ୩୦ ସୁଦ୍ଧା ସହରରେ ମୋଟ୍ ସଂକ୍ରମଣ ସଂଖ୍ୟା ୧ଲକ୍ଷ ୨୩ ହଜାର ୮୦୧ ଥିବାବେଳେ ଜାନୁଆରୀ ୩୧ ସୁଦ୍ଧା ଏହି ସଂଖ୍ୟା ୧ଲକ୍ଷ ୫୧ ହଜାର ୫୩୫ରେ ପହଞ୍ôଚଛି ।

ଅର୍ଥାତ୍ ଜାନୁଆରୀରେ ୨୭ ହଜାର ୭୩୪ଟି ନୂଆ ମାମଲା ସାମନାକୁ ଆସିଛି । ସେହିପରି ସୁସ୍ଥଙ୍କ ସଂଖ୍ୟାର ହ୍ରାସ ପାଇଥିବାରୁ ସକ୍ରିୟ ମାମଲା ଯଥେଷ୍ଟ ଅଧିକ ରହିଛି । ମାସ ଆରମ୍ଭରେ ମାତ୍ର ୭୬୯ ଜଣ ଚିକିତ୍ସାଧୀନ ଥିବାବେଳେ ସୋମବାର ମିଳିଥିବା ରିପୋର୍ଟ ମୁତାବକ ଏହି ସଂଖା ୧୨ ହଜାର ୧୨୬ରେ ପହଞ୍ଚିଛି । ଅର୍ଥାତ୍ ମାସକରେ ୧୧ ହଜାର ୩୫୭ଟି ସକ୍ରିୟ ମାମଲା ବୃଦ୍ଧି ପାଇଛି । ସେହିପରି ମାସକରେ ୨୫ ଜଣ କରୋନା ଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହି ମାସରେ ୧୬ ହଜାର ୩୫୨ ଜଣ ସୁସ୍ଥ ହେବାଫଳରେ ସୁସ୍ଥଙ୍କ ସଂଖ୍ୟା ୧ଲକ୍ଷ ୨୧ ହଜାର ୯୧୨ରୁ ୧ ଲକ୍ଷ ୩୮ ହଜାର ୨୬୪ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking