ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪, ୮୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୮୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬୬୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୮ ଜଣ, ବାଲେଶ୍ୱରରୁ ୧୫୨ ଜଣ, ବରଗଡ଼ରୁ ୮୦ ଜଣ, ଭଦ୍ରକରୁ ୬୦ ଜଣ, ବଲାଙ୍ଗୀରରୁ ୯୫ ଜଣ, ବୌଦ୍ଧ ଜିଲ୍ଲାରୁ ୪୯, କଟକରୁ ୩୭୯ ଜଣ, ଦେବଗଡ଼ରୁ ୭୩ ଜଣ, ଢେଙ୍କାନାଳରୁ ୪୫ ଜଣ, ଗଜପତିରୁ ୬୨, ଗଞ୍ଜାମରୁ ୬୭ ଜଣ, ଜଗତସିଂହପୁରରୁ ୧୦୦ ଜଣ, ଯାଜପୁରରୁ ୧୬୬ ଜଣ, ଝାରସୁଗୁଡ଼ାରୁ ୬୧ ଜଣ, କଳାହାଣ୍ଡିରୁ ୧୫୮ ଜଣ, କନ୍ଧମାଳରୁ ୫୨ ଜଣ, କେନ୍ଦ୍ରାପଡ଼ାରୁ ୭୦ ଜଣ, କେଉଁଝରରୁ ୮୧ ଜଣ, ଖୋର୍ଦ୍ଧାରୁ ୧୦୨୩ ଜଣ, କୋରାପୁଟରୁ ୫୦ ଜଣ, ମାଲକାନଗିରିରୁ ୧୮ ଜଣ, ମୟୁରଭଞ୍ଜରୁ ୧୫୨ ଜଣ, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୯୪ ଜଣ, ନୂଆପଡ଼ାରୁ ୧୬୬ ଜଣ, ପୁରୀରୁ ୭୨ ଜଣ, ରାୟଗଡ଼ାରୁ ୯୯ ଜଣ, ସମ୍ୱଲପୁରରୁ ୧୨୮ ଜଣ, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୭୩୫ ଜଣ ଓ ଷ୍ଟେଟ ପୁଲରୁ ୧୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨,୪୫,୯୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧, ୮୪, ୧୭୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୩, ୦୯୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।