21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶମହାକାଶକୁ ୧୩ ହଜାର ସାଟେଲାଇଟ୍ ଛାଡ଼ିବାକୁ ଚୀନ୍‌ର ଯୋଜନା

ମହାକାଶକୁ ୧୩ ହଜାର ସାଟେଲାଇଟ୍ ଛାଡ଼ିବାକୁ ଚୀନ୍‌ର ଯୋଜନା

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠ ଠାରୁ ଅଳ୍ପ ଉଚ୍ଚ କକ୍ଷପଥରେ ପ୍ରଦକ୍ଷଣ କରିବା ଲାଗି ପ୍ରାୟ ୧୩୦୦୦ ସାଟେଲାଇଟ୍ ଉତ୍‌କ୍ଷେପଣ କରି ଗୋଟାଏ ‘ବିଶାଳ କୃତ୍ରିମ ଉପଗ୍ରହ ପୁଞ୍ଜ’ ପାଇଁ ଚୀନ୍‌ର ଯୋଜନା ସମ୍ପ୍ରତି ନିରାପତ୍ତା ବିଶେଷଜ୍ଞମାନଙ୍କୁ ଆତଙ୍କିତ କରିଛି । ସ୍ପେସ୍‌ଏକ୍ସର ‘ଷ୍ଟାର୍‌ଲିଙ୍କ୍‌’ ସଦୃଶ ହେବାକୁ ଥିବା ଏହି ‘ବିଶାଳ କୃତ୍ରିମ ଉପଗ୍ରହ ପୁଞ୍ଜ’କୁ ଚୀନ୍ ଗୁପ୍ତଚର କାର୍ଯ୍ୟକଳାପରେ ନିୟୋଜନ କରିପାରେ ବୋଲି ସମସ୍ତଙ୍କର ଆଶଙ୍କା ହେଉଛି । ସୂଚନାଯୋଗ୍ୟ, ‘ସ୍ପେସ୍‌ଏକ୍ସ୍‌’ର ‘ଷ୍ଟାରଲିଙ୍କ୍‌’ରେ ପ୍ରାୟ ୨୦୦୦ ସାଟେଲାଇଟ୍ ରହିଛି । କିନ୍ତୁ, ଚୀନ୍ କହିବା ଅନୁସାରେ, ଏହା ‘ଚାଇନିଜ୍ ୫ଜି ମୋବାଇଲ୍ ଇଣ୍ଟର୍‌ନେଟ୍‌’ ଲାଗି ଉପଯୋଗ କରାଯିବ । ଚୋଙ୍ଗ୍‌କ୍ୱିଙ୍ଗ୍ ସହରରେ ଥିବା କେତେକ ପ୍ରତିଷ୍ଠାନକୁ ଏହି ଯୋଜନା ଆରମ୍ଭ କରିବାକୁ ବରାଦ ଦିଆଯାଇଛି । କିନ୍ତୁ ଏହା ଠିକ୍ କେଉଁ ନେଟ୍‌ୱାର୍କକୁ କଭର୍ କରିବ କିମ୍ବା କିଭଳି କାମ କରିବ ସେ ସଂକ୍ରାନ୍ତରେ ସ୍ପଷ୍ଟ ତଥ୍ୟ ମିଳିନାହିଁ । କିନ୍ତୁ ବୈଶ୍ୱିକ ଯୋଗାଯୋଗ ମଧ୍ୟରେ ରହିଥିବା ସ୍ଥାନ ପୂରଣ ଏବଂ ଗ୍ରାମୀଣ ଅଞ୍ଚଳରେ ସେବା ଯୋଗାଇବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି କୁହାଯାଉଛି । ଅନ୍ୟାନ୍ୟ ରିପୋର୍ଟ ଅନୁସାରେ, ସମ୍ପ୍ରତି ବିଶ୍ୱରୁ ମହାଶୂନ୍ୟକୁ ଡାଟା ପ୍ରବାହ କରାଇବାକୁ ‘ଫ୍ରିକ୍ୱେନ୍ସି’ ପାଇଁ ଆନ୍ତର୍ଜାତିକ ସ୍ତରରେ ଦେଖା ଦେଇଥିବା ତତ୍ପରତାରେ ଚିନ୍ତିତ ହୋଇ ଚୀନ୍ ଏହି ଯୋଜନା ତ୍ୱରାନ୍ୱିତ କରୁଛି । ମାତ୍ର ମହାକାଶ କ୍ଷେତ୍ରରେ ଚୀନ୍ ଯାହା କଲେ ବି ନିରାପତ୍ତା ବିଶେଷଜ୍ଞମାନେ ଚିନ୍ତିତ ହୋଇପଡୁଛନ୍ତି । ପୃଥିବୀ ପୃଷ୍ଠକୁ ମୁହଁ କରି କକ୍ଷପଥରେ ପ୍ରଦକ୍ଷଣ କରିଥବାକୁ ଥିବା ଏତେ ସଂଖ୍ୟକ ସାଟେଲାଇଟ୍‌କୁ ଚୀନ୍ ଆହୁରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉପଯୋଗ କରିପାରିବ ବୋଲି ସେମାନଙ୍କର ମନେହେଉଛି । ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସହ ଚୀନ୍‌ର ସମ୍ପର୍କ ତିକ୍ତ ହୋଇଥିବାରୁ ଏହି ‘ବିଶାଳ କୃତ୍ରିମ ଉପଗ୍ରହ ପୁଞ୍ଜ’କୁ ଚୀନ୍ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରଙ୍କ ବିପକ୍ଷରେ ଗୁପ୍ତଚର କାର୍ଯ୍ୟରେ ଲଗାଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking