ଉତ୍ତରପ୍ରଦେଶ : ଲକ୍ଷନୋରେ ଜଣେ ମହିଳା ଆନାସ୍ଥେଟିଷ୍ଟ ଡାକ୍ତର ଅଭିଯୋଗ କରିଛନ୍ତି ଯେ ଜଣେ ନେଫ୍ରୋଲୋଜିଷ୍ଟ ତାଙ୍କୁ ଯୌନ ଉତ୍ପୀଡ଼ନ ଦେଉଛନ୍ତି ଓ ତାଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବା ସହ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି।
ଅଭିଯୁକ୍ତ ନେଫ୍ରୋଲୋଜିଷ୍ଟ ଲକ୍ଷନୋର ଟକାଟୋରା ଅଞ୍ଚଳରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରନ୍ତି | ଚିକାଗୋରୁ ଆନାସ୍ଥେସିଓଲୋଜି ସୁପର ସ୍ପେସିଆଲିଟି ଡିଗ୍ରୀ ହାସଲ କରିଥିବା ଅଭିଯୁକ୍ତ ଡାକ୍ତର 2020 ମସିହାରେ ଉକ୍ତ ଘରୋଇ ଚିକିତ୍ସାଳୟରେ ସେବା କରିବା ଆରମ୍ଭ କରିଥିଲେ। ଏହି ମହିଳା ଡାକ୍ତର ଜଣକ ସମ୍ପୃକ୍ତ ନେଫ୍ରୋଲୋଜିଷ୍ଟଙ୍କ ଦଳରେ ଥିଲେ।
ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ନେଫ୍ରୋଲୋଜିଷ୍ଟ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ଅଶ୍ଳୀଳ କଥା କହୁଥିଲେ। ସେ ତାଙ୍କ ବିରୋଧରେ ସମ୍ପୃକ୍ତ ଘରୋଇ ଡାକ୍ତରଖାନାର ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।
“ମାଲିକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ 1 ଏହା ଅଭିଯୁକ୍ତକୁ ଅଧିକ ଉତ୍ସାହିତ କଲା, ସିଏ ମୋତେ ଅଶ୍ଳୀଳ ବାର୍ତ୍ତା ପଠାଇବା ଆରମ୍ଭ କଲେ | ଟ୍ରାନ୍ସପ୍ଲାଣ୍ଟର ସଫଳତାକୁ ପାଳନ କରିବା ପାଇଁ ସେ ପାର୍ଟିରେ ଯୋଗଦେବା ପାଇଁ ମୋତେ ନିମନ୍ତ୍ରଣ ପଠାଉଥିଲେ, କିନ୍ତୁ ମୁଁ ସେଗୁଡ଼ିକରେ କେବେ ବି ଯୋଗ ଦେଇ ନଥିଲି | ଦିନେ ସେ ମୋତେ ଏକ ମେସେଜ୍ ପଠାଇ ଏକ ହୋଟେଲରେ ସାକ୍ଷାତ କରିବାକୁ କହିଥିଲେ”।
ଆନାସ୍ଥେଟିକ୍ ମହିଳା ଡାକ୍ତର ଜଣକ ଡାକ୍ତରଖାନାର ମାଲିକଙ୍କୁ ଏହା ଜଣାଇଲେ | ଆଶ୍ଚର୍ଯ୍ୟର କଥା, ଡାକ୍ତରଖାନା ମାଲିକ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ ପାଲଟା ଗାଳିଗୁଲଜ କରି ଘଟଣା ବିଷୟରେ କାହାକୁ ନ ଜଣାଇବାକୁ କହିଥିଲେ। କାହାକୁ କହିଲେ ଚାକିରିରୁ ବିଦା କରିଦିଆଯିବ ବୋଲି ଧମକ ଦିଆଯାଇଥିଲା 1 ମହିଳା ଡାକ୍ତର ଜଣକ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ଧମକ ଦିଆଯାଉଛି ଯେ ତାଙ୍କ ବିରୋଧରେ ଅନ୍ୟ ମାମଲା କରି ତାଙ୍କୁ ଛନ୍ଦି ଦିଆଯିବ ।
ଅଭିଯୋଗ ଆଧାରରେ ଯୌନ ଉତ୍ପୀଡ଼ନ ତଥା ଅପରାଧିକ ଧମକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ବିଭିନ୍ନ ଧାରା ସହିତ ଜଡିତ ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ତଦନ୍ତ କରାଯାଉଛି 1 ଟକାଟୋରା ପୋଲିସ ଅଧିକାରୀ ରାକେଶ କୁମାର କହିଛନ୍ତି ଯେ, ନେଫ୍ରୋଲୋଜିଷ୍ଟଙ୍କ ବିରୋଧରେ ଅଭିଯୋଗକାରୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି।
ଅନ୍ୟ ଏକ ଘଟଣାରେ ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ଜଣେ 6 ବର୍ଷର ବାଳିକା 26 ବର୍ଷ ବୟସ୍କ ଯୁବକଙ୍କ ଦ୍ୱାରା ବଳାତ୍କାର ଶିକାର ହୋଇଛନ୍ତି । ନାବାଳିକା ଜଣକ ସ୍କୁଲ ଯିବାବେଳେ ଶାହବାଜ ନାମକ ଅଭିଯୁକ୍ତ ଏହି ଅପରାଧ କରିଥିଲା। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ କୋଠାଘରକୁ ନେଇଯୌନ ନିର୍ଯାତନା ଦିଆଯାଇଥିଲା । ଘରକୁ ଫେରି ଏହି ଘଟଣା ବିଷୟରେ ତାଙ୍କ ପିତାମାତାଙ୍କୁ ଝିଅଟି କହିଥିଲେ, ଯାହାକୁ ନେଇ ଏକ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।