20.1 C
Bhubaneswar
Tuesday, January 7, 2025
Homeଓଡିଶାଫେରିବ କୁହୁଡ଼ି, ବଢ଼ିବ ଶୀତ

ଫେରିବ କୁହୁଡ଼ି, ବଢ଼ିବ ଶୀତ

ଭୁବନେଶ୍ୱର:  ରାଜ୍ୟରେ ଶନିବାର ଅପେକ୍ଷାକୃତ କମ୍ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଆଗକୁ ପାଗରେ ପରିବର୍ତ୍ତନ ଆସିବା ସହ ଶୀତ ଏବଂ କୁହୁଡ଼ି ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ଲଇକେରାରେ ସର୍ବାଧିକ ୪୮.୬ ମିମି ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ଚମ୍ପୁଆରେ ୪୩.୮ ମିମି, ସୁନ୍ଦରଗଡ଼ ଗୁରୁଣ୍ଡିଆରେ ୪୩.୪ ମିମି, କୋଲାବିରାରେ ୩୫.୨ ମିମି, ଲହୁଣୀପଡ଼ାରେ ୩୪.୨ ମିମି, ଉମରକୋଟରେ ୩୩.୦ ମିମି, ବିଷମ କଟକରେ ୩୧.୪ ମିମି, ଦାରିଙ୍ଗବାଡ଼ିରେ ୩୧.୦ ମିମି, ପଦ୍ମପୁରରେ ୩୦.୨ ମିମି, ଦେଓଗାଁରେ ୨୯.୦ ମିମି ଏବଂ ଗୁଣୁପୁରରେ ୨୯.୦ ମିମି ବର୍ଷା ରେକର୍ଡ ହୋଇଛି ।

ଆଗାମୀ ୨୪ ଘଣ୍ଟାରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହୁଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାରେ ପାଗ ମେଘୁଆ ରହିବାର ଥିଲେହେଁ ବର୍ଷାର ସମ୍ଭାବନା କମ୍ । ଆସନ୍ତାକାଲି ପରେ ଆଗକୁ ପାଗ ଶୁଖିଲା ରହିବ । ତେବେ ଇତିମଧ୍ୟରେ ରାଜ୍ୟକୁ ପୁଣିଥରେ କୁହୁଡ଼ି ଫେରିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଆଗାମୀ ୨୪ ଘଣ୍ଟାରେ ଦୃଶ୍ୟମାନ ହେବ ।

ଆଗକୁ କୁହୁଡ଼ିର ପରିମାଣ ବୃଦ୍ଧି ପାଇବ । ତାପମାତ୍ରା କଥା ଦେଖିଲେ ଗତ ୨୪ ଘଣ୍ଟାରେ କେନ୍ଦୁଝର ଠାରେ ସର୍ବନିମ୍ନ ୧୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ହିଲଷ୍ଟେସନରେ ୧୧.୫ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୬.୪ ଡିଗ୍ରୀ ରହିଥିଲା । ପୁରୀରେ ରାଜ୍ୟର ସର୍ବାଧିକ ୨୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଏବେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିଥିବା ବେଳେ ଆଗକୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking