ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କାର୍ଯ୍ୟାଳୟରୁ ପୁଣି ଆଉ ୪ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୁରୁବାର ଏଠାରୁ ୨୫ରୁ ଊର୍ଦ୍ଧ୍ୱ କର୍ମଚାରୀ ସଂକ୍ରମିତ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ଅନ୍ୟ କର୍ମଚାରୀମାନଙ୍କର ଟେଷ୍ଟ କରାଯାଇଥିଲା । ତେବେ ଶନିବାର ବିଏମ୍ସିର ଦକ୍ଷିଣପୂର୍ବ ଜୋନ୍ କାର୍ଯ୍ୟାଳୟର ୪ କର୍ମଚାରୀଙ୍କ ନମୂନା ପଜିଟିଭ୍ ଆସିଥିବା ଜଣାପଡ଼ିଛି ।
ଜୋନ୍ରେ ଥିବା ୭୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବାବେଳେ ସମ୍ପୃକ୍ତ କର୍ମଚାରୀଙ୍କର ରିପୋର୍ଟ ପଜିଟିଭ୍୍ ଆସିଥିବା ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢେଇ ସୂଚନା ଦେଇଛନ୍ତି । ସେହିପରି ଜରୁରୀ ନ ଥିଲେ ବିଏମ୍ସି କାର୍ଯ୍ୟାଳୟକୁ ନ ଆସିବାକୁ ନିବେଦନ କରାଯାଇଛି ।