ଭୁବନେଶ୍ୱର : ବାଲିପାଟଣା ଥାନା ଅଞ୍ଚଳର ଜଣେ ୯ ବର୍ଷର ନାବାଳିକାକୁ ତାଙ୍କ ପଡ଼ିଶା ଘରର ୨୦ ବର୍ଷର ଯୁବକ ଦୁଷ୍କର୍ମ କରି ଫେରାର୍ ହୋଇଯାଇଥିବା ଅଭିଯୋଗ ବାଲିପାଟଣା ଥାନାରେ ହୋଇଛି । ସୂଚନା ଅନୁଯାୟୀ ନାବାଳିକା ଜଣଙ୍କ ନିଜ ଘର ସାମ୍ନା ଟିଉବ୍ୱେଲ୍ ପାଖରେ ଗାଧୋଉ ଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଏବଂ ଗିରଫ ଭୟରେ ସେଠାରୁ ଫେରାର୍ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ପରେ କ୍ୟାପିଟାଲ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣା ନେଇ ପରିବାର ଲୋଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ପୋଲିସ ପକ୍ଷ ତଦନ୍ତ ଆରମ୍ଭ ହୋଇଛି।