ମୁନିଗୁଡ଼ା : ବିଜେଡି ଗଡ଼ ମୁନିଗୁଡା ରେ ଦଳ କୁ ଆହୁରି ମଜବୁତ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟ ହାସଲ ପାଇଁ ଅଙ୍କକଷା ସହ ପୁନଃ ଶାସନ ଗାଦି କୁ ଅକ୍ତିଆର କୁ ନେବାପାଇଁ ବିଜେଡି ସମସ୍ତ କର୍ମୀଙ୍କୁ ନେଇ ଆଜି ଏକ ଦଳୀୟ ବୈଠକ ହୋଇଯାଇଛି। ଆଜିର ବୈଠକରେ ଦଳ ମତ ନିର୍ବିଶେଷରେ ବିଜେଡି ହିଁ ଶାସନ ଗାଦି କୁ ଅକ୍ତିଆର କରିବ ସେଇ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଚେଇଁ ବିକାଶର ସ୍ପଷ୍ଟ ଚିତ୍ର ଦର୍ଶେଇ ସୁଶାସକ ନବୀନ ପଟ୍ଟନାୟକଙ୍କ ଶାସନ ଗାଦିକୁ ଆହୁରି ମଜବୁତ କରିବାର ସମସ୍ତ ବଳ ଲଗେଇବା ପାଇଁ ସମସ୍ତ କର୍ମୀଙ୍କୁ ଉବୋଧନ ଦେଇଥିଲେ ।
ମୁନିଗୁଡା ବିଜେପିର ଓବିସି ମୋର୍ଚ୍ଚାର ମୁଖ୍ୟ ଶ୍ରୀ ପିଣ୍ଟୁ ଦୁବେ ନିଜ ଦଳକୁ ଛାଡି ବିଜେଡି ଦଳରେ ସାମିଲ ହୋଇ ଥିବାବେଳେ , ବିଜେପି ର ଏସି ମୋର୍ଚ୍ଚା ଜ଼ୀଲ୍ଲା ସଭାପତି ଶ୍ରୀ ରମେଶ ପାଣି ବିଜେପି ଦଳର ଷ୍ଟେଟ ଏକ୍ସୟୁକୁଟିଭ ମେମ୍ବର ଓ ରାଜ୍ୟ ଓବିସି ଉପସଭାପତି ଶ୍ରୀ ରାମଚନ୍ଦ୍ର ବେହେରା ଙ୍କ ମହିଳା କର୍ମୀ ଙ୍କ ପ୍ରତି ଅସଦାଚରଣ , ଦୁର୍ବ୍ୟବହାର , ଦୁର୍ନୀତି ଖୋର , ତଥା ମଦ୍ୟପ ବ୍ୟକ୍ତି ଙ୍କ ବିରୁଦ୍ଧରେ ସ୍ୱର ଉଠେଇବା ସହ ବିଜେପିକୁ ଛାଡି ବିଜେଡିର ମଙ୍ଗ ଧରିଛନ୍ତି ।
ଦୀର୍ଘଦିନ ହେବ ବିଜେପି ର ପ୍ରାୟ ଅଧିକାଂଶ କର୍ମୀ ଦଳ ଛାଡି ବିଜେଡି ରେ ସାମିଲ ହୋଇଛନ୍ତି ବୋଧେ ଶ୍ରୀ ବେହେରାଙ୍କ ଏକ ଛତ୍ରବାଦକୁ ସହ୍ୟ କରି ସ୍ୱଚ୍ଛ ଶାସନ ଦଳରେ ହିଁ ମିଶିବା ହିଁ ମାନେକରିଥିଲେ , ଏବଂ ମାଧବୀ କନ୍ଧପାଣିଙ୍କୁ ଜ଼ୀଲ୍ଲା ପରିଷଦ ସଭ୍ୟା ରୂପେ ନିର୍ବାଚନ ରେ ଲଢ଼ିବା ପାଇଁ ଦଳ ତରଫରୁ, ବଛା ଯାଇଥିବା ବେଳେ ବିଜେଡି ର ପଲଡା ଭାରି ଥିବା ଜଣାପଡିଛି । ଅନ୍ୟପଟେ ବିଜେପିର ଗତ ଜ଼ୀଲ୍ଲା ପରିଷଦ ସଭ୍ୟ ଶ୍ରୀ ରାମଚନ୍ଦ୍ର ବେହେରା ବିଜେପି ଦଳ ତରଫରୁ ନିଜର ଆଭିମୁଖ୍ୟ ରଖି ଛନ୍ତି । ଏଇ କର୍ମୀ ସମିଳନୀ ରେ ବିଜେଡି ର ପ୍ରମୁଖ ନେତା ଙ୍କ ମଧ୍ୟରୁ ଶ୍ରୀ ସୁଧୀର ଦାସ , ରତନ ଜୈନ , ପୂର୍ଣ୍ଣ ଗୌଡ଼, ଜଗନ୍ନାଥ ନୁଣ୍ଡୁରୁକା, ସୀମାଞ୍ଚଳ ଦାସ , ନାରୀ ନେତ୍ରୀ ଶକୁନ୍ତଳା ନୁଣ୍ଡୁରୁକା, ଲବଣି ପାଣିଗ୍ରାହୀ ଉପସ୍ଥିତ ରହି ଦଳ ଏକତ୍ରିକରଣ ସହ ନିର୍ବାଚନ ବିଜୟର ମୂଳ ମନ୍ତ୍ର ଦେଇଥିଲେ ।