17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶନୂଆ ଭାରିଆଣ୍ଟ୍ ପାଇଁ ବୁଷ୍ଟର ଡୋଜ୍ ଅନାବଶ୍ୟକ : ହୁ

ନୂଆ ଭାରିଆଣ୍ଟ୍ ପାଇଁ ବୁଷ୍ଟର ଡୋଜ୍ ଅନାବଶ୍ୟକ : ହୁ

ଜେନିଭା : ବର୍ତ୍ତମାନ ଭାରତ ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ କୋଭିଡ୍‌ର ତୃତୀୟ ଅର୍ଥାତ୍ ବୁଷ୍ଟର ଡୋଜ୍ ଟିକା ପ୍ରଦାନ କରାଯାଉଛି। କୋଭିଡ୍‌ର ତୃତୀୟ ଲହର ତଥା ନୂଆ ଭାରିଆଣ୍ଟ୍ ‘ଓମିକ୍ରନ୍‌’ର ମୁକାବିଲା କରିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି । ତେବେ କୋଭିଡ୍‌ର ନୂତନ ପ୍ରଜାତିର ଭାରିଆଣ୍ଟ୍‌ର ମୁକାବିଲା ପାଇଁ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

କୋଭିଡ୍‌ର ଦୁଇଟି ଡୋଜ୍ ନେଇସାରିଥିବା ବ୍ୟକ୍ତିଙ୍କ ନିମନ୍ତେ ଏଭଳି ବୁଷ୍ଟର ଡୋଜ୍ ଏତେଟା ଫଳପ୍ରଦ ହେବ ନାହିଁ ବୋଲି ସେମାନେ ଚେତାଇ ଦେଇଛନ୍ତି । ନୂତନ ଭାରିଆଣ୍ଟ୍‌ର ମୁକାବିଲା ପାଇଁ ବୁଷ୍ଟର ପରିବର୍ତ୍ତେ ନୂତନ ଟିକା ପ୍ରସ୍ତୁତ କରାଯିବା ଉଚିତ ବୋଲି ସେମାନେ କହିଛନ୍ତି । ବର୍ତ୍ତମାନ ବୁଷ୍ଟର ଡୋଜ୍ ପାଇଁ ଯେଉଁ ଟିକା ବ୍ୟବହାର କରାଯାଉଛି, ତାହା ଓମିକ୍ରନ୍ ଭଳି ନୂଆ ଭାରିଆଣ୍ଟ୍‌ର ଉଚିତ ମୁକାବିଲା କରିପାରିବ ନାହିଁ ବୋଲି ‘ହୁ’ର ବୈଷୟିକ ପରାମର୍ଶଦାତା ଗ୍ରୁପ୍ ପକ୍ଷରୁ କୁହାଯାଇଛି । ଲୋକେ ଯେପରି କୋଭିଡ୍‌ର ନୂଆ ଭାରିଆଣ୍ଟ୍‌ରେ ଆକ୍ରାନ୍ତ ହୋଇ ପ୍ରାଣ ନହରାଇବେ, ସେଥିପାଇଁ ବୁଷ୍ଟର ବଦଳରେ ନୂଆ ଟିକାର ଆବଶ୍ୟକତାକୁ ସେମାନେ ଗୁରୁତ୍ୱ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking