18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପ୍ରେମିକଙ୍କୁ ପାଇବାକୁ ସୀମା ପାର କରିଯିବାକୁ ଚାହୁଁଥିଲେ ପ୍ରେମିକା, ତା’ପରେ କ’ଣ ହେଲା ପୁରା ଘଟଣା...

ପ୍ରେମିକଙ୍କୁ ପାଇବାକୁ ସୀମା ପାର କରିଯିବାକୁ ଚାହୁଁଥିଲେ ପ୍ରେମିକା, ତା’ପରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ : ଲୁଡୁ ଖେଳୁ ଖେଳୁ ପାକିସ୍ତାନୀ ଯୁବକଙ୍କୁ ହୃଦୟ ଦେଇ ବସିଲେ ଭାରତୀୟ ବିବାହିତ ମହିଳା । ପିଲାଛୁଆ ଛାଡ଼ି ପ୍ରେମିକ ପାଖକୁ ଉଡ଼ିଯିବାକୁ ମନ ଚାହିଁଲା । ବିବାହିତ ହୋଇଥିବା ସତ୍ତ୍ୱେ ପରିବାର କଥା ଭୁଲି ଗଲେ । କୁନି କୁନି ପିଲା ପର ହୋଇଗଲେ । ଶତ୍ରୁ ଦେଶକୁ ଚାଲିଯିବାକୁ ବାହାରିପଡ଼ିଲେ । ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତା ମହିଳା ଅନଲାଇନ୍ ଲୁଡୁ ଖେଳିବା ସମୟରେ ପାକିସ୍ତାନରେ ରହୁଥିବା ଅଲୀ ନାମକ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା ହୋଇଥିଲା । ଖେଳ ଖେଳୁ ଖେଳୁ ଉଭୟେ ପରସ୍ପରକୁ ଭଲ ପାଇ ବସିଲେ । ଆଉ ତା’ପରେ ମହିଳା ଜଣକ ତାଙ୍କ ଶାଶୂ ଏବଂ ପିଲାଙ୍କୁ ଛାଡି ପାକିସ୍ତାନ ଚାଲିଯିବାକୁ ମନସ୍ଥ କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଅମୃତସରର ଜାଲିଆନାୱାଲାବାଗ ଅଞ୍ଚଳରୁ ଧରିନେଇଥିଲା । ମହିଳା ଜାଲିଆନାୱାଲାବାଗ ନିକଟ ଅଟ୍ଟାରୀ ଯିବା ପାଇଁ ପଚରାଉଚରା କରୁଥିବାବେଳେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କୁ ସନ୍ଦେହ ହୋଇଥିଲା । ଘଟଣାଟି ସାମ୍ନାକୁ ଆସିବା ପରେ ମହିଳାଙ୍କୁ ପଚରାଉଚରା କରାଯାଇଥିଲା । ବର୍ତ୍ତମାନ ମହିଳାଙ୍କୁ ଧରିବା ପରେ ସମ୍ପର୍କୀୟଙ୍କୁ ଅମୃତସରଙ୍କୁ ଡକାଇ ତାଙ୍କୁ ହସ୍ତାନ୍ତର କରିଛନ୍ତି । ମାତ୍ର ମାସ ପୂର୍ବରୁ ଅନଲାଇନରେ ଲୁଡ଼ୁ ଖେଳୁଥିବାବେଳେ ପାକିସ୍ତାନର ଜଣେ ଯୁବକ ଅଲୀଙ୍କ ସହ ବନ୍ଧୁତା ହୋଇଥିବା ପୋଲିସ୍‌କୁ କହିଛନ୍ତି ମହିଳା । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହୋଉଥିଲା । ଚାଟିଂରୁ କଥାବାର୍ତ୍ତା ଆଉ ତା’ପରେ ପ୍ରେମ । ପାକିସ୍ତାନ ଯୁବକଙ୍କ ପ୍ରେମରେ ଏକପ୍ରକାର ପାଗଳିନୀ ହୋଇଯାଇଥିଲେ ମହିଳା ଜଣକ । ଅନ୍ୟପଟେ ପାକିସ୍ତାନୀ ଯୁବକ ବିବାହିତା ମହିଳାଙ୍କୁ ଭେଟିବା ପାଇଁ ଅଟ୍ଟାରୀ ସୀମାକୁ ଡାକିଥିଲେ । କୌଣସି ପ୍ରକାରେ ଅଟ୍ଟାରୀ ସୀମାରେ ପହଞ୍ଚିବା ପରେ ସାଥୀରେ ପାକିସ୍ତାନ ନେଇଯିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଉ ଏଥିପାଇଁ ପ୍ରେମ ପାଗଳିନୀ ମହିଳା ଜଣକ ନିଜ ପରିବାର ଏବଂ ଦୁଇ କୁନି ପିଲାମାନଙ୍କୁ ଘରେ ଛାଡି ବୁଧବାର ଅପରାହ୍ନରେ ପାକିସ୍ତାନ ଅଭିମୁଖେ ବାହାରି ପଡ଼ିଥିଲେ । ଜାଲିଆନାୱାଲାବାଗରେ ପହଞ୍ଚିବା ପରେ ବିବାହିତା ମହିଳା ଜଣକ ଅଟ୍ଟାରୀ ଯିବାକୁ ଏକ ଅଟୋ ଖୋଜିବା ଆରମ୍ଭ କରିଥିଲେ । ଏହି ସମୟରେ ଅମୃତସର ପୋଲିସ ତାଙ୍କୁ ଧରି ନେଇଥିଲା । ପଚରାଉଚରା କରିବା ପରେ ବିବାହିତ ମହିଳା ଅନଲାଇନ୍ ବନ୍ଧୁତା ସମ୍ପର୍କରେ ପୋଲିସକୁ ଗୋଟି ଗୋଟି କରି ସବୁକଥା କହିଥିଲେ । ପାକିସ୍ତାନୀ ଯୁବକଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରୁଥିବା ଜଣାଇଥିଲେ । ମହିଳା ଜଣକ ପରିବାର ଛାଡି ଦୁଇ ଦିନ ପୂର୍ବରୁ ଘରୁ ବାହାରି ଆସିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବୁଧବାର ଘରୁ ପଳାଇ ଆସିବା ପରେ ଶାଶୂଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଉ ଏହାରି ଭିତରେ ଗୁରୁବାର ଅମୃତସର ପୋଲିସ ଜାଲିଆନାୱାଲାବାଗ ଅଞ୍ଚଳର ମହିଳାଙ୍କୁ ଧରିଥିଲା । ତେବେ ଏ ସମ୍ପର୍କରେ ପୋଲିସ ଷ୍ଟେସନର କୌଣସି ଲିଖିତ ଅଭିଯୋଗ ଦେଇନଥିଲେ ପରିବାର ଲୋକେ । ଏବେ ମହିଳାଙ୍କୁ ସମ୍ପର୍କୀୟଙ୍କ ସହ ଘରକୁ ପଠାଇ ଦେଇଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking