33.1 C
Bhubaneswar
Wednesday, April 24, 2024
Homeଓଡିଶାଅଜଣା ହେଲିକପ୍ଟରକୁ ନେଇ ସନ୍ଦେହ

ଅଜଣା ହେଲିକପ୍ଟରକୁ ନେଇ ସନ୍ଦେହ

ଗଜପତି: ଗଜପତିରେ ଅଜଣା ହେଲିକପ୍ଟର ଲ୍ୟାଣ୍ଡକୁ ନେଇ ସନ୍ଦେହ । ପାରଳାଖେମୁଣ୍ଡି ଠାରେ ଆଜି ଏକ ହେଲିକପ୍ଟର ଲ୍ୟାଣ୍ଡ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଏହା ଫେଲ ମାରିଛି । ତେବେ ଏହି ହେଲିକପ୍ଟର ବାୟୁସେନାର ବୋଲି ଅନୁମାନ କରାଯାଉଛି । କିନ୍ତୁ ବାୟୁସେନାର କୌଣସି ହେଲିକପ୍ଟର ଲ୍ୟାଣ୍ଡ କରିବାକର କୌଣସି ପୂର୍ବ ସୂଚନା ନଥିଲା । ଯେଉଁ କାରଣରୁ ଅଞ୍ଚଳବାସୀଙ୍କ ସନ୍ଦେହ ବଢ଼ିଛି ।

ଆଜି ଅପରାହ୍ନ ୪ଟା ୩୦ ମିନିଟରେ ହେଲିକପ୍ଟରଟି ପ୍ରଥମେ କଲେଜ ପଡ଼ିଆ ଉପରେ ବୁଲୁଥିବାର ନଜର ଆସିଥିଲା । ପରେ ପରବର୍ତ୍ତି ସମୟରେ ଗଜପତି ଷ୍ଟାଡିଅମକୁ ଆସି ଲ୍ୟାଣ୍ଡ କରିବାର ପ୍ରୟ୍ୟାସ କରିଥିଲା । କିନ୍ତୁ ଷ୍ଟାଡିଅମରେ ପିଲା ମାନଙ୍କର ଭିଡ଼ ଦେଖି ଘୁରିଯାଇଥିଲା । କିଛି ସମୟ ପରେ ପୁଣି ଆସି ଭୂମିରୁ ମାତ୍ର କିଛି ଫୁଟ ଦୂରରୁ ହିଁ ଫେରିଯାଇଥିଲା । ସେ ଅଞ୍ଚରେ ଏହି ଖବର ଟି ଚର୍ଚ୍ଚାର ବିସୟ ପାଲଟିଛି । ତେବେ ଏ ବିଷୟରେ ସ୍ଥାନିୟ ପୋଲିସ ନିକଟରେ କୈଣସି ସୂଚନା ନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking