28.1 C
Bhubaneswar
Monday, November 18, 2024
Homeଓଡିଶାନନ୍ଦନକାନନ ବୁଲିଲେ ୨୦୦୧୩  ପର୍ଯ୍ୟଟକ          

ନନ୍ଦନକାନନ ବୁଲିଲେ ୨୦୦୧୩  ପର୍ଯ୍ୟଟକ          

ନରାଜ:  ବଡ଼ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଶା କରାଯାଉଥିବା ପର୍ଯ୍ୟଟକଙ୍କ ଠାରୁ ବହୁତ କମ୍ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି ।   ଶନିବାର   ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୦୦୧୩  ଜଣ ପର୍ଯ୍ୟଟକ ବୁଲିଛନ୍ତି । ତନ୍ମଧ୍ୟରୁ  ୧୯୨୮୩  ଜଣ ଅଫ୍‌ଲାଇନ୍‌ରେ ଟିକେଟ କରିଥିବା ବେଳେ ୭୩୦ ଜଣ ଅନ୍‌ଲାଇନ୍‌ରେ ଟିକେଟକରି ନନ୍ଦନକାନନ  ବୁଲିଥିଲେ । ପର୍ଯ୍ୟଟକମାନଙ୍କୁ ବିକ୍ରି କରାଯାଇଥିବା ଟିକେଟ୍‌ରୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ୮ ଲକ୍ଷରୁ ଅଧିକ ଟଙ୍କା ରାଜସ୍ୱ ମିଳିଥିବା ସୂଚନା ମିଳିଛି । ସମଗ୍ର ଓଡ଼ିଶାରେ ଏବେ ଶୀତର ପ୍ରକୋପ ଜାରିରହିଥିବା ସତ୍ତ୍ୱେ ପର୍ଯ୍ୟଟକମାନେ ନନ୍ଦନକାନନ ବୁଲିଥିବା ଦେଖିବାକୁ ମିଳିଥିଲା ।

ପର୍ଯ୍ୟଟକମାନେ ବିଶେଷକରି ବୁଲାବୁଲି କରି ବେଶ୍ ମଜା ଉଠାଇଥିବାବେଳେ ଏବର୍ଷ  ବାଘୁଣୀ ମେଘା ଗର୍ଭରୁ ଜନିତ ୩ ବାଘ ଛୁଆକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଆଗ୍ରହ ବଢିଥିବା ଦେଖିବାକୁ ମିଳୁଛି । ସେହିପରି ଉଦ୍ଭିଦ ଉଦ୍ୟାନରେ ୧୦୪୯ ଜଣ ବୁଲିବାକୁ ଆସିଥିଲେ  ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାରଙ୍କ ଠାରୁ ସୂଚନା ମିଳିଛି । ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଆଜି ୧୦୪୯ ଖଣ୍ଡ ଟିକେଟ ବିକ୍ରି କରାଯାଇଥିବା ବେଳେ  ୩୮ ହଜାର ୮୦୦ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ପ୍ରକାଶ ଯେ  କରୋନା ଯୋଗୁଁ ଅନେକ ଦିନ ହେବ ବନ୍ଦ ରହିଥିଲା ନନ୍ଦନକାନନ । ଏବେ କୋଭିଡ୍ କଟକଣା ପାଳନ କରାଯାଇ ନନ୍ଦନକାନନ ଖୋଲା ଯାଇଛି । ତେବେ କରୋନା ଯୋଗୁଁ ଅନେକ ପର୍ଯ୍ୟଟନ ସ୍ଥଳୀରେ କଟକଣା ଲଗାଯାଇଥିବା ବେଳେ ଲୋକମାନେ ନନ୍ଦନକାନନରେ ବୁଲିବାର ମଜା ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking