20.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶଖାଦ୍ୟ ଅର୍ଡର କରି ଆତ୍ମହତ୍ୟା ପ୍ରୟାସ କରୁଥିବା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଡେଲିଭରି ବୟ

ଖାଦ୍ୟ ଅର୍ଡର କରି ଆତ୍ମହତ୍ୟା ପ୍ରୟାସ କରୁଥିବା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଡେଲିଭରି ବୟ

ବେଜିଙ୍ଗ: ଚୀନର ଜଣେ ଫୁଡ ଡେଲିଭରି ବୟ ଆତ୍ମହତ୍ୟା କରୁଥିବା ଜଣେ ଗ୍ରାହକଙ୍କ ଜୀବନ ରକ୍ଷା କରିବା ପରେ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରାଯାଉଛି । ଚୀନ୍‌ର ହେନାନ ପ୍ରଦେଶରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଜଣେ ଯୁବକ ଖାଦ୍ୟ ଅର୍ଡର କରିବା ସହ ଏକ ନୋଟ ଲେଖିଥିଲେ ଯେ ‘ମୋ ଜୀବନର ଶେଷ ଭୋଜନ’ । ଯେତେବେଳେ ଡେଲିଭରି ବୟ ଗ୍ରାହକଙ୍କ ଠିକଣାରେ ପହଞ୍ଚିଲେ, ବାରମ୍ବାର ଡାକିଥିଲେ ବି କେହି ଉତ୍ତର ଦେଇନଥିଲେ । ଆଉ ଡେଲିଭରି ବୟ ଜଣକ ସନ୍ଦେହ କରିଥିଲେ ଯେ ଅର୍ଡର ଦେବାବେଳେ ଅଜବ ନୋଟ୍ ଲେଖିଥିବା ଗ୍ରାହକ ଜଣକ ଆତ୍ମହତ୍ୟା କରିଛନ୍ତି । ଯେତେବେଳେ ଗ୍ରାହକ କବାଟ ଖୋଲିଲେ ନାହିଁ, ଡେଲିଭରି ବୟ ତୁରନ୍ତ ପୋଲିସକୁ ଫୋନ କରିଥିଲେ । ତେବେ ଯେତେବେଳେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଥିଲେ ସେତେବେଳେ ମଧ୍ୟ ଗ୍ରାହକ କବାଟ ଖୋଲିବାକୁ ମନା କରିଦେଇଥିଲେ । ଏପରିକି ସେ ଝରକା ବାହାରକୁ ଡେଇଁବାକୁ ଧମକ ଦେଇଥିଲେ । ପୋଲିସ ଗ୍ରାହକଙ୍କୁ ବୁଝାଇଥିବାବେଳେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ କୋଠରୀକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ । ଶେଷରେ ଉକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥିବାରୁ ପୋଲିସ ଡେଲିଭରି ବୟଙ୍କୁ ଧନ୍ୟବାଦ ଜଣାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକ ଜଣକ ୬୦ଟି ନିଦ ବଟିକା ଖାଇଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking