26.1 C
Bhubaneswar
Sunday, November 17, 2024
Homeକରୋନାଜାନୁଆରୀରେ ଆସିପାରେ ତୃତୀୟ ଲହର

ଜାନୁଆରୀରେ ଆସିପାରେ ତୃତୀୟ ଲହର

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ମହାମାରୀର ତୃତୀୟ ଲହର ଆଶଙ୍କା ଦେଖାଯାଇଛି । ଆଗାମୀ ଜାନୁଆରୀ ସୁଦ୍ଧା ଦେଶରେ ସମ୍ଭାବ୍ୟ ତୃତୀୟ ଲହର ଦେଖାଯାଇପାରେ ବୋଲି ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଦେଶରେ ତୃତୀୟ ଲହରର ପ୍ରମୁଖ କାରଣ ହୋଇପାରେ । ଦେଶରେ ଓମିକ୍ରନ୍ ମାମଲାର ଦ୍ରୁତ ସଂକ୍ରମଣ ଏହି ଆଶଙ୍କାକୁ ଆହୁରି ଗଭୀର କରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଜନିତ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ଦୃଢ଼ କରିବା ନେଇ ପଦକ୍ଷେପ ନେବା ଆରମ୍ଭ କରିଛି । ଜଟିଳ ରୋଗାକ୍ରାନ୍ତ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ତଥା ଫ୍ରଣ୍ଟ୍‌ଲାଇନ୍ ୱାର୍କରଙ୍କୁ ବୁଷ୍ଟର୍ ଡୋଜ୍ ଦେବା ନେଇ ଫୋର୍ଟିସ୍ ଏସ୍କର୍ଟ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଅଶୋକ ସେଠ୍ କହିଛନ୍ତି ।

ସେ କହିଛନ୍ତି ଯେ ନୂଆ ଭାଇରସ୍ ଅଧିକ ସଂକ୍ରମାକ, ବିପଦପୂର୍ଣ୍ଣ ଓ ଏହା ବ୍ୟକ୍ତିର ଇମ୍ୟୁନିଟି ପାୱାର୍‌କୁ ହ୍ରାସ କରିଥାଏ । ଆମେ ବିପଦରେ ରହିଛୁ । ଯଦିଓ କରୋନାର ଦ୍ୱିତୀୟ ଲହର ପରି ସଂକ୍ରମିତଙ୍କ ହସ୍ପିଟାଲାଇଜେସନ୍ କମ୍ ରହିବ ବୋଲି କୁହାଯାଉଛି । ତଥାପି ନୂଆ ଭାଇରସ୍‌ର ରୁପ କିପରି ହେବ, ସେ ନେଇ କୌଣସି ବଳିଷ୍ଠ ତଥ୍ୟ ନାହିଁ । ଅପରପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ତିିନି ସପ୍ତାହ ମଧ୍ୟରେ ଦକ୍ଷିଣ ଆଫ୍ରିକା ଓ ୟୁରୋପ୍‌ରେ ଓମିକ୍ରନ୍ ସ୍ଥିତି ଅସମ୍ଭାଳ ହୋଇଛି । ଏହାକୁ ନଜରରେ ରଖି ଦେଶରେ ଜାନୁଆରୀ ସୁଦ୍ଧା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

ଯାହା ଦେଶରେ ତୃତୀୟ ଲହରର କାରଣ ହୋଇପାରେ । ଏଯାବତ୍ ଦେଶରେ ଯେତିକି ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତନ୍ମଧ୍ୟରୁ ଅଧିକ ସଂଖ୍ୟକଙ୍କ ବିଦେଶ ଯାତ୍ରା ବିବରଣୀ ରହିଛି । ଯଦି ଏହା ଭାରତୀୟ ମୂଳ ନାଗରିକଙ୍କ କ୍ଷେତ୍ରରେ ସଂକ୍ରମିତ ହେବା ଆରମ୍ଭ କରେ, ତାହେଲେ ପରିସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି । ଦେଶରେ କରୋନାର ଦ୍ୱିତୀୟ ଲହର ପାଇଁ ଡେଲ୍‌ଟା ଭାରିଆଣ୍ଟ୍ ପ୍ରମୁଖ କାରଣ ପାଲଟିଥିଲା । ଡିସେମ୍ବର ୨୦୨୦ରେ ସାମ୍ନାକୁ ଆସିଥିବା ଡେଲ୍‌ଟା ଭାରିଆଣ୍ଟ୍ ଫେବୃଆରୀ ବେଳକୁ ଦ୍ରୁତ ଗତି ଧରି ମାର୍ଚ୍ଚ ବେଳକୁ ଉଗ୍ର ରୁପ ଧାରଣ କରିଥିଲା ।

ଏଥିସହିତ ଡେଲ୍‌ଟା ବିପରୀତ ଓମିକ୍ରନ୍ ଅଧିକ ସଂକ୍ରାମକ ହେବା ଯୋଗୁଁ ଜାନୁଆରୀରୁ ଏହା ଭୟଙ୍କର ଦିଗକୁ ଗତି କରିବାର ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ । ଅପରପକ୍ଷରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନ୍ ଦେଶ ଓମିକ୍ରନ୍ ଭ।।ରିଆଣ୍ଟ୍‌ର ସୁଅକୁ ସାମ୍ନା କରୁଛି ବୋଲି କହିଛନ୍ତି । କୋଭିଡ୍ ମହାମାରୀର ଦୁଇବର୍ଷ ଅବଧି ମଧ୍ୟରେ ଓମିକ୍ରନ୍ ଏକ ବୃହତ୍ ଚାଲେଞ୍ଜ୍ ହୋଇଛି ବୋଲି ଦେଶର ସ୍ୱାସ୍ଥ୍ୟ ବିଭାଗ ପ୍ରମୁୂଖ କହିଛନ୍ତି । କୋଭିଡ୍ ମହାମାରୀ ଆରମ୍ଭ ହେବା ପରଠାରୁ ଓମିକ୍ରନ୍‌ର ପ୍ରଭାବ ସମ୍ପ୍ରତି ଖୁବ୍ ଅଧିକ ରହିଛି । ଏହି ଭାରିଆଣ୍ଟ୍ ବିଷୟରେ ସବିଶେଷ ତଥ୍ୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଓମିକ୍ରନ୍‌ର ସଂକ୍ରମଣ କେତେ ମାତ୍ରାରେ ହସ୍ପିଟାଲାଇଜେସନ୍‌କୁ ପ୍ରଭାବିତ କରିବ, ମୃତ୍ୟୁ ହାର କେତେ ରହିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking