17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଚୀନ୍‌କୁ ୨୬୦୦ କୋଟି ଟଙ୍କା ସୁଧ ଗଣୁଛି ପାକିସ୍ତାନ

ଚୀନ୍‌କୁ ୨୬୦୦ କୋଟି ଟଙ୍କା ସୁଧ ଗଣୁଛି ପାକିସ୍ତାନ

ଇସଲାମାବାଦ: ୨୦୨୦-୨୧ ଆର୍ôଥକ ବର୍ଷରେ ପାକିସ୍ତାନ ସୁଧ ବାବଦରେ ଚୀନ୍‌କୁ ୨୬୦୦ କୋଟି ଟଙ୍କା ପୈଠ କରିଥିବା ଜଣାପଡିଛି । ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ରାଷ୍ଟ୍ରଗୁଡିକୁ ଚୀନ୍ ଆର୍ôଥକ ସହାୟତା ବଦଳରେ ଋଣ ଯୋଗାଇ ସେମାନଙ୍କୁ ଆହୁରି ଦରିଦ୍ର କରୁଥିବା ଜଣାପଡିଛି । ପୂର୍ବରୁ ଚୀନ୍‌-ପାକିସ୍ତାନ ମଧ୍ୟରେ ବାର୍ଷିକ ୨୦୦୦ କୋଟି ୟୁଆନ୍ (ଚୀନ୍ ମୁଦ୍ରା) ଋଣ କାରବାର ପାଇଁ ଚୁକ୍ତିି ସ୍ୱାକ୍ଷରିତ ହୋଇଥିବାବେଳେ ଗତବର୍ଷ ଏହା ୩୦୦୦ କୋଟି ୟୁଆନ୍‌କୁ ବୃଦ୍ଧି ପାଇଛି ।

ଚୀନ୍‌ରୁ ମିଳୁଥିବା ଏହି ଅର୍ଥକୁ ପାକିସ୍ତାନ ଅନ୍ୟ ରାଷ୍ଟ୍ରରୁ ଆଣିଥିବା ଋଣ ବାବଦରେ ପରିଶୋଧ କରୁଥିବା କୁହାଯାଇଛି । ଚୀନ୍ ପକ୍ଷରୁ ପାକିସ୍ତାନରେ ଏକାଧିକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି । ଚୀନ୍‌ର ବେଲ୍‌ଟ ଆଣ୍ଡ୍ ରୋଡ୍ (ବିଆରଆଇ) କାର୍ଯ୍ୟକ୍ରମ ଅନୁଯାୟୀ ପାକିସ୍ତାନରେ ୪୫୦ କୋଟି ଡଲାର ପୁଞ୍ଜି ବିନିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking