ଭୁବନେଶ୍ୱର: ସ୍କୁଲ ଖୋଲାଯିବା ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ୨୧ରୁ ଏକାଦଶ, ୨୫ରୁ ଅଷ୍ଟମ ଶ୍ରେଣୀ ଖେଥାଲିବା ନେଇ ମାର୍ଗଦର୍ଶିକା ଜାରି ହୋଇଛି । ଅଷ୍ଟମ ଶ୍ରେଣୀ ପାଇଁ ୧୭ରୁ ୨୪ ମଧ୍ୟରେ ଶିକ୍ଷକ ପରିଚାଳନା କମିଟି ବୈଠକ ହେବ । ବିଦ୍ୟାଳୟ ପରିସରକୁ ପରିଷ୍କାର ରଖାଯିବା ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲ ଖୋଲାଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇବେ ପ୍ରଧାନଶିକ୍ଷକ । ପ୍ରଥମ ଦୁଇ ଦିନ ପାଠ ପଢାଯିବନି । କେବଳ ପିଲାମାନଙ୍କ ସହ ଆଲୋଚନା ହେବ । ପାଠପଢା ନେଇ ଆଲୋଚନା କରିବେ ଶିକ୍ଷକ ଓ ପରିଚାଳନା କମିଟି । ୨୭, ୨୮, ୨୯ରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ ।