26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକେରଳରେ ଭୟଙ୍କର ବନ୍ୟା ପରିସ୍ଥିତି

କେରଳରେ ଭୟଙ୍କର ବନ୍ୟା ପରିସ୍ଥିତି

କେରଳ: କେରଳରେ ପୁଣି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ ଏବେ ପରିସ୍ଥିତି ସାଂଘାତିକ ହୋଇପଡିଛି । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ତେବେ ବନ୍ୟା ଓ ଭୂସ୍ଖଳନ ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଏବେ ଜଣାପଡିଛି । ଏହା ସହ ଅନେକ ଲୋକ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି ।

ଗତ ଶୁକ୍ରବାର ଠାରୁ ସ୍ଥିତି ଜଟିଳ ହୋଇପଡିଛି । ସେପଟେ କେରଳର କୋଟ୍ଟାୟାମରେ ସର୍ବାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଇଡ୍ଡୁକି ଓ ଅଲଫୁଜା ଜିଲ୍ଲାରେ ମଧ୍ୟ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଅଚାନକ ବର୍ଷା ଓ ପାଣି ମାଡିଯିବାରୁ ଅନେକ ସ୍ଥାନରେ ଘର ଭୁସୁଡି ପଡିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅଧିକ ତଳିଆ ଅଞ୍ଚଳର ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ ଚାଷ ଜମିରେ ବନ୍ୟା ପାଣି ମାଡିଯାଇ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । କେଉଁଠି କାର ଭାସି ଯାଇଛି ତ ଆଉ କେଉଁଠି ପାଣି ସୁଅରେ ଲୋକମାନେ ଭାସି ଯାଇଛନ୍ତି ।

ଲଗାଣ ବର୍ଷା ଯୋଗୁ କେରଳର କୋଟ୍ଟାୟମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ସେଠାରେ ଅନେକ ଲୋକ ପାଣିରେ ଭାସି ଯିବା ସହ ଅନେକ ନିଖୋଜ ଥିବା ଖବର ପ୍ରକାଶ ପାଇଛି । ତେବେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯାଉଛି । ଅନେକ ଲୋକମାନଙ୍କୁ ତଳିଆ ଅଞ୍ଚଳରୁ ଅଣାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଉଛି । ଗତ ଗୁରୁବାର ଠାରୁ କେରଳର ଅନେକ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ତେବେ ଅକ୍ଟୋବର ୧୭, ୧୮ ଏବଂ ୧୯ ପାଇଁ ଉତ୍ତାରଖଣ୍ଡର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସବୁ ଜିଲ୍ଲାରେ ରେର୍ଡ ଆଲର୍ଟ ମଧ୍ୟ ଜାରି କରାଯାଇଛି । କେରଳର ଅନେକ ଅଞ୍ଚଳ ଏବେ ଜଳମଗ୍ନ ହୋଇ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking