ନୂଆଦିଲ୍ଲୀ : ୫ ବର୍ଷର ଝିଅ ବଜାରକୁ ଜିନିଷ ଆଣିବାକୁ ଯାଇଥିବା ବେଳେ ରାସ୍ତା ମଝିରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି ୫ ଜଣ ଯୁବକ । ଏହିଭଳି ଏକ ଘଟଣା ସାମନାକୁ ଆସିଛି ଔରାଙ୍ଗାବାଦ୍ ଜିଲ୍ଲାର ବଦନପୁର ଥାନା ଅନ୍ତର୍ଗତ ଫୁଲବାରିୟା ଗାଁରୁ । ତେବେ ପୀଡ଼ିତାଙ୍କ ଉପରେ ବେହୋସ୍ ହେବା ସ୍ପ୍ରେ ମାରି ଉଠାଇ ନେଇ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି ।
ଅଭିଯୁକ୍ତମାନେ ଏକ ଶୁନଶାନ୍ ଜାଗାକୁ ନେଇ ଗଣଦୁଷ୍କର୍ମ କରିବା ପରେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଗାଡ଼ିରେ ବସାଇ ନେଉଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ କୌଣସି ପ୍ରକାରେ ଜାଣିପାରି ଅଭିଯୁକ୍ତଙ୍କୁ ଧରି ପାରିଥିଲେ । ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ । ପୋଲିସ୍ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ବାକି ଦୁଇଜଣ ଫେରାର୍ ଅଛନ୍ତି । ପୀଡ଼ିତାଙ୍କ ଚିକିତ୍ସା ସଦର ହସ୍ପିଟାଲରେ ଜାରି ରହିଛି ।