19.1 C
Bhubaneswar
Sunday, November 24, 2024
Homeଓଡିଶାଗାନ୍ଧୀ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଖଦୀ ବ୍ୟବହାର ପାଇଁ ଆହ୍ୱାନ ଦେଲେ ରାଜ୍ୟ ସଭାପତି

ଗାନ୍ଧୀ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଖଦୀ ବ୍ୟବହାର ପାଇଁ ଆହ୍ୱାନ ଦେଲେ ରାଜ୍ୟ ସଭାପତି

*ଜନତା ମଇଦାନସ୍ଥିତ ଗାନ୍ଧୀ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ
*ମହିଳା ମୋର୍ଚ୍ଚା ତରଫରୁ ଭୂବନେଶ୍ୱର ୨୩ ନମ୍ବର ୱାର୍ଡରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ରାଜ୍ୟ ସଭାପତି

ଭୂବନେଶ୍ୱର : ଭୋକାଲ ଫର୍ ଲୋକାଲକୁ ପ୍ରାଧାନ୍ୟ ଦେଇ ଖଦି ସାମଗ୍ରୀ ବ୍ୟବହାରକୁ ବ୍ୟାପକ କରିବା ପାଇଁ ୧୫୨ତମ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆହ୍ୱାନ ଦେଇଛନ୍ତି । ଏହା ଆତ୍ମନିର୍ଭର ଓଡିଶା ଗଠନରେ ସହାୟକ ହେବା ସହ ଗରୀବ ଲୋକଟିର ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦଳୀୟ କାର୍ଯ୍ୟକର୍ତାଙ୍କ ଗ୍ରହଣରେ ଜନତା ମଇଦାନସ୍ଥିତ ଗାନ୍ଧୀ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ମହିଳା ମୋର୍ଚ୍ଚା ତରଫରୁ ଭୂବନେଶ୍ୱର ୨୩ ନମ୍ବର ୱାର୍ଡରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଖଦୀ ବୋର୍ଡକୁ ଯାଇ ଖଦୀ ବସ୍ତ୍ର କିଣିବା ସହ ଅନ୍ୟମାନଙ୍କୁ କିଣିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ ।
ସତ୍ୟନିଷ୍ଠା, ସାଧୁତା, କରୁଣା ତଥା ମାନବିକତାର ଅନନ୍ୟ ମୂର୍ତିମନ୍ତ ପ୍ରତୀକ ହେଉଛନ୍ତି ମହାତ୍ମାଗାନ୍ଧୀ, ଆମର ପ୍ରିୟ ବାପୁ । ଅହିଂସା ନୀତିରେ ଥିଲା ତାଙ୍କର ଅଖ ବିଶ୍ୱାସ । ଏହା କେବଳ ଆମର ଅସ୍ତିତ୍ୱର ଆଧାର ନୁହେଁ, ବରଂ ମାନବ ସମାଜ ଓ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଅନିର୍ବାଯ୍ୟ ଆବଶ୍ୟକତା । ସମାଜର ଅନ୍ତିମ ପାହାଚରେ ଥିବା ବ୍ୟକ୍ତି ପାଖରେ ସମସ୍ତ ଯୋଜନାର ଲାଭ ପହଁଚାଇବା ଥିଲା ବାପୁଙ୍କ ବିଚାରର ଅନ୍ୟତମ ମୂଳମନ୍ତ୍ର । କେନ୍ଦ୍ରରେ ହେଉ ବା ରାଜ୍ୟରେ ଭାରତୀୟ ଜନତାପାର୍ଟିର ସରକାର ସବୁବେଳେ ଗରିବଙ୍କ ପାଇଁ ସମର୍ପିତବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଗାନ୍ଧୀ ବିଚାରର ଲକ୍ଷ୍ୟ ‘ସର୍ବୋଦୟ’ । ଏହି ସର୍ବୋଦୟ ହିଁ ଯଶସ୍ୱୀ ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥାର ମୂଳବିନ୍ଦୁ । ଗରିବ ମା ଘରେ ଉଜ୍ଜ୍ୱଳା ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ପହଁଚାଇ ତା ଆଖିର ଲୁହ ପୋଛିବା ହେଉ କି ସ୍ୱଚ୍ଛ ଭାରତ ଅଭିଯାନରେ ଗରିବ ଘରେ ପାଇଖାନା, ଗରିବଙ୍କ ମୁ ଉପରେ ପକ୍କା ଘର ଅଥବା ଆୟୁଷ୍ମାନ ଯୋଜନା ମାଧ୍ୟମରେ ଦରିଦ୍ର, ବଂଚିତ,ନିଷ୍ପେସିତ ଓ ଅବହେଳିତଙ୍କ ସ୍ୱାସ୍ଥ୍ୟ ସେବା ହେଉ, ସବୁଠି ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ । ବାପୁଙ୍କ ସ୍ୱାବଲମ୍ବନଶୀଳତାର ସ୍ୱରୂପ ହେଉଛି ମୋଦିଙ୍କ ମେକ୍ ଇନ୍ ଇିଆ । ଗାନ୍ଧୀଜୀଙ୍କ ଦର୍ଶନର ସମାହାର ହିଁ ମୋଦିଙ୍କ ମନ୍ତ୍ର- ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମହାତ୍ମାଗାନ୍ଧିଙ୍କ ସ୍ୱଚ୍ଛ ଭାରତ, ନିଶା ନିବାରଣ, ସ୍ୱଦେଶୀ ଅର୍ଥନୀତି, ନୈତିକତାଯୁକ୍ତ ଶିକ୍ଷା, ଗଣତନ୍ତ୍ରର ମୂଲ୍ୟବୋଧତାର ବାର୍ତା ଏବେ ମଧ୍ୟ ମହତ୍ୱ ରଖିଛି । କରୋନା ସଙ୍କଟ ସମୟରେ ଭୋକାଲ ଫର୍ ଲୋକାଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ ଦେଇଥିଲେ । ଭୋକାଲ ଫର୍ ଲୋକାଲ ମାଧ୍ୟମରେ ସ୍ୱଦେଶୀ ସାମଗ୍ରୀର ପ୍ରଚାର ପ୍ରସାର କରିବା ଦିଗରେ କାର୍ଯ୍ୟ କରିବା ନେଇ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ତେଣୁ ଭୋକାଲ ଫର୍ ଲୋକାଲ ମାଧ୍ୟମରେ ଖଦି ସାମଗ୍ରୀର ପ୍ରଚାର ପ୍ରସାର ସହ ଏହାକୁ କିଣି ଏହି କାରିଗରମାନଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ଭୂବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ, ବରିଷ୍ଠ ନେତା ଶାରଦା ଶତପଥୀ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଠାକୁର ରଣଜିତ୍ ଦାସ ଓ ରାଜେନ୍ଦ୍ର ପା, ରାଜ୍ୟ ମିଡିଆ ସହ-ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ମାନସୀ ରାୟ, ଜିଲ୍ଲା ମଳ ସଭାପତି ଦାମୋଦର ବେହେରା, ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ବିଜୟ ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା କାର୍ଯ୍ୟକର୍ତା ରଶ୍ମିରଞ୍ଜନ କାନୁନ୍‌ଗୋ, ବସନ୍ତ ରାଉତ, ଶ୍ୱପ୍ନେନ୍ଦୁ ମହାନ୍ତି, ଗୀତାଞ୍ଜଳୀ ଦାସ, ଲିପ୍ସା ଦାସ, ସବିତା ପନାୟକ, ରଜନୀବାଳା ଦାସ, ସୁଭାସିନୀ ବଳ, ଶରତ ଜେନା, ବବିତା ଜେନା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking