ଭୁବନେଶ୍ୱର : ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ବ୍ଲାକ ମେଲିଂ କରୁଛି ଯୁବକ। ପୋଲିସକୁ ଜଣାଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଏଭଳି ଘଟଣା ଘଟିଛି ରାଜଧାନୀର ବାପୁଜୀନଗରରେ । ସୂଚନା ଅନୁଯାୟୀ, ଲକ୍ଷ୍ମୀ ସାଗର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସହ ଜିତେନ୍ଦ୍ରୀୟ ସାହୁ ନାମକ ଜଣେ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ଅନୈତିକ ସମ୍ପର୍କ ରଖିଥିଲେ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ଲକ୍ଷାଧିକ ଟଙ୍କା ମାଗୁଥିଲେ।
ମହିଳା ଜଣକ ଲୋକ ଲଜ୍ଜାକୁ ଡରି ଯୁବକକୁ ଅଳ୍ପ ଅଳ୍ପ କରି ୧୫ରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇସାରିଥିଲେ। ସେହି ଟଙ୍କା ନେଇ ଯୁବକ ଜଣକ ବାପୁଜୀ ନଗରରେ ଏକ ଏଲଇଡି କର୍ଣ୍ଣର ନାମକ ଦୋକାନ ଦେଇଥିଲା। ଏହା ପରେ ମଧ୍ୟ ଯୁବକ ଜଣକ ବାରମ୍ବାର ଟଙ୍କା ମାଗୁଥିଲେ। ମହିଳା ଜଣକ ଟଙ୍କା ଦେବାକୁ ରାଜି ନହେବାରୁ ଯୁବକ ଜଣକ ଭିଡିଓ ସବୁ ଭାଇରାଲ କରିଦେବାକୁ ପୁନଶ୍ଚ ଧମକ ଦେଲା। ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ଅଗଷ୍ଟ ମାସ ୬ ତାରିଖରେ କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଥିଲେ। କ୍ୟାପିଟାଲ ଥାନା କେବଳ ଏଫଆଇଆର ରେଜେଷ୍ଟ୍ରସନ କରି ଚୁପ ହୋଇ ବସିଯାଇଛି। ଯାହା ଫଳରେ ନ୍ୟାୟ ପାଇଁ ବିଭିନ୍ନ ସଂଗଠନର ଦ୍ବାରସ୍ଥ ହୋଇଛନ୍ତି ମହିଳା ଜଣକ। ଅନ୍ୟ ପଟେ ଏକ ମାସ ହେବ ଅଭିଯୁକ୍ତ ଜିତ୍ରେନ୍ଦ୍ରୀୟ ଓ ତା ଭାଇ ରବିନ୍ଦ୍ର ଫେରାର ହୋଇଯାଇଥିବା ସୂଚନା ମିଳିଛି।