ନୂଆଦିଲ୍ଲୀ: ଋଷ ୟୁନିଭରସିଟିରେ ଜଣେ ଛାତ୍ର ସମସ୍ତଙ୍କ ଉପରେ ଫାୟାରିଂ କରିବା ଆରମ୍ଭ କରି ଦେଇଥିଲା । ଫଳରେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଯେତେବେଳେ କି ୬ ଜଣ ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ପର୍ମ ସିଟିରେ ଜଣେ ଛାତ୍ର ଲୋକଙ୍କ ଉପରେ ଆକିବୁଜା ଗୁଳି ଚାଳନା କରିଥିଲା । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ବିଶ୍ୱବିଦ୍ୟାଳୟର ଘଟଣା ସଂପର୍କରେ ବୟାନ କରୁଛି । ଭିଡିଓରେ ନଜର ଆସୁଛି ଯେ, ଲୋକେ ନିଜ ଜୀବନ ବଂଚାଇବା ପାଇଁ ଝରକା ଦେଇ ତଳକୁ ଡେଉଁଛନ୍ତି ।
କୁହାଯାଉଛି ଯେ, ଜଣେ ଅଜ୍ଞାତ ବ୍ୟକ୍ତି ପିଏସୟୁର ଏକ ବିଲ୍ଡିଂରେ ପ୍ରବେଶ କରିଥିଲା ଓ ଫାୟାରି ଆରମ୍ଭ କରିଥିଲା । ହତିଆର ନେଇ ସେ ୧୧ଟାରେ ୟୁନିଭରସିଟି କ୍ୟାମ୍ପସରେ ପହଂଚି ଗୁଳି ଚାଳନା କରିଥିଲା । ଘଟଣାର କିଛି ସମୟ ପରେ ସେ ଫେରାର ହୋଇଯାଇଥିଲା । ଘଟଣା ଘଟିବା ସମୟରେ କିଛି ଛାତ୍ରଛାତ୍ରୀ ୟୁନିଭରସିଟିର ଅଢିଟୋରିଅମରେ ନିଜକୁ ବନ୍ଦ କରି ନେଇଥିଲେ । ଯାହାଦ୍ୱାରା ସେମାନେ ଆକ୍ରମଣକାରୀ ଠାରୁ ରକ୍ଷା ପାଇପାରିବେ । ସେହିଭଳି ଆଉ କିଛି ଝରକା ଦେଇ ତଳକୁ ଡେଉଁଥିବା ନଜର ଆସୁଥିଲେ ।